ଷ୍ଟେସନରୁ ଜବତ ହେଲା ୨କୋଟି ୨୩ ଲକ୍ଷ ଟଙ୍କା, ୩ ଗିରଫ

ଷ୍ଟେସନରୁ ଜବତ ହେଲା ୨କୋଟି ୨୩ ଲକ୍ଷ ଟଙ୍କା, ୩ ଗିରଫ
ଷ୍ଟେସନରୁ ଜବତ ହେଲା ୨କୋଟି ୨୩ ଲକ୍ଷ ଟଙ୍କା, ୩ ଗିରଫ

ରାଉରକେଲା: ରାଉରକେଲା ଷ୍ଟେସନରୁ ରେଳବାଇ ପୋଲିସ ହାତରେ ଲାଗିଛି ୨କୋଟି ୨୩ ଲକ୍ଷ ଟଙ୍କା । ଏହି ଟଙ୍କାକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଓ ରାଜନ ଶ୍ରୀବାସ୍ତବ ।

ଅଭିଯୁକ୍ତ ମାନେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କିଏ ଦେଇଥିଲା ଏତେ ଟଙ୍କା ? କୁଆଡେ ନେଇ ଯାଉଥିଲେ ଏତେ ଟଙ୍କା ? ଏସବୁ ଦିଗ ଉପରେ ରେଳବାଇ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି ।

ଷ୍ଟେସନରୁ ଜବତ ହେଲା ୨କୋଟି ୨୩ ଲକ୍ଷ ଟଙ୍କା, ୩ ଗିରଫ

ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି କି, କିଛି ଦିନତଳେ କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର ଟ୍ରେନରେ ଏକ ବ୍ୟାଗରେ ୩କୋଟି ୩୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଝାରସୁଗୁଡ଼ାରୁ ରାଉରକେଲା ଭିତରେ ତାହା ଚୋରି ହୋଇଯାଇଥିଲା ।

ଟଙ୍କା ଚୋରି ହୋଇଯାଇଥିବା ନେଇ ବ୍ୟବସାୟୀ ଜଣଙ୍କ ଝାରସୁଗୁଡ଼ା ରେଳବାଇ ଥାନାରେ ଏକ ଏତଲା ଦାୟାର କରିଥିଲେ । ତେଣୁ ଜବତ ହୋଇଥିବା ଟଙ୍କା ସେହି ଚୋରି ଟଙ୍କା ସହ କିଛି ଲିଙ୍କ ଅଛି କି ନାହିଁ ତାହା ଉପରେ ପୋଲିସ ତଦନ୍ତ ଚଳାଇଥିବା କହିଛି ।

Share this story

World Odia Language Conferene