ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପାଣି ପିଇବାକୁ ଡାକି ଘର ଭିତରେ ଏଭଳି କଲେ ପ୍ରଧାନ ଶିକ୍ଷକ , ପଢନ୍ତୁ

ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପାଣି ପିଇବାକୁ ଡାକି ଘର ଭିତରେ ଏଭଳି କଲେ ପ୍ରଧାନ ଶିକ୍ଷକ , ପଢନ୍ତୁ
ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପାଣି ପିଇବାକୁ ଡାକି ଘର ଭିତରେ ଏଭଳି କଲେ ପ୍ରଧାନ ଶିକ୍ଷକ , ପଢନ୍ତୁ

ପାଣି ପିଇବାକୁ ଡାକି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଲେ ପ୍ରଧାନଶିକ୍ଷକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ନିକଟସ୍ଥ କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅସଦାଚରଣ କରିଛନ୍ତି ଖୋଦ୍ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ । ପ୍ରଧାନଶିକ୍ଷକ ପାଣି ପିଇବାକୁ ମାଗି ଏକୁଟିଆ ନିଜ ରୁମ୍ କୁ ଡାକି ତାଙ୍କ ଛାତି ରେ ହାତ ମାରିବାକୁ ଚେଷ୍ଟା କରୁଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ କାଞ୍ଜିପାଣି ଥାନା ଅଧିକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମହାନ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି । ଛାତ୍ରୀ ଜଣଙ୍କ ନାବାଳିକା ହୋଇଥିବାରୁ ଶିଶୁ ମଙ୍ଗଳ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ନାମରେ ବହୁବାର ଅଭିଯୋଗ ହୋଇଆସୁଛି । ଏହି ଆଶ୍ରମ ବିଦ୍ୟାଳୟଟି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଛାତ୍ରୀମାନେ ଏଠାରେ ରହି ପାଠ ପଢିଥାନ୍ତି ।

Share this story

World Odia Language Conferene