ଶ୍ରୀଲଙ୍କାରେ ସିରିଏଲ ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି

ଶ୍ରୀଲଙ୍କାରେ ସିରିଏଲ ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି
ଶ୍ରୀଲଙ୍କାରେ ସିରିଏଲ ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି

ଶ୍ରୀଲଙ୍କା: ଶ୍ରୀଲଙ୍କାର ରାଜଧାନୀ କଲମବୋରେ ସଂଗଠିତ ସିରିଏଲ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ଏହାସହ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଆଜି କଲେମେ୍ବାର ତିନିଟି ଚର୍ଚ୍ଚ ଏବଂ ୩ଟି ପଞ୍ଚ ତାରକା ହୋଟେଲ୍‌ରେ ୬ରୁ ଅଧିକ ବିସେ୍ଫାରଣ ହୋଇଛି । ଯାହା ଦୋହଲେଇ ଦେଇଛି ସାରା ଶ୍ରୀଲଙ୍କାକୁ ।

ଆଜି ଖୀଷ୍ଟ ସଂପ୍ରଦାୟର ପବିତ୍ର ଇଷ୍ଟର ରବିବାର ଥିବାରୁ ଚର୍ଚ୍ଚରେ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ ହିଁ ଏହି ବିସେ୍ଫାରଣ ହୋଇଛି । ଏହି ଅଘଟଣ ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ Ranil Wickremesinghe ଗୁରୁତ୍ୱପୂର୍ଣ ବୈଠକ ଡାକିଛନ୍ତି ।

ସେପଟେ ଶ୍ରୀଲଙ୍କାରେ ଏତେ ବଡ଼ ଅଘଟଣ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେପଟେ ପ୍ରବାସୀ ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପ ହେଲ୍ପଲାଇନ ନମ୍ବର ଗୁଡ଼ିକ ହେଉଛି–94777903082, 94112422788 ଏବଂ 94112422789 ।

Share this story

World Odia Language Conferene