ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ, ଦମ ଦେଖାଇଲେ ହେଭିୱେଟ

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ, ଦମ ଦେଖାଇଲେ ହେଭିୱେଟ
ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ, ଦମ ଦେଖାଇଲେ ହେଭିୱେଟ

ଭୁବନେଶ୍ୱର: ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ଆଜି ପ୍ରଚାରର ଶେଷ ଦିନ ହୋଇଥିବରୁ, ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ।

ନିଜ ନିଜର ଆସ୍ଥା ଜମାଇବା ନିମନ୍ତେ ଓ ନିର୍ବାଚନ ଗାଦି ହାସଲ ନିମନ୍ତେ ପ୍ରମୁଖ ଦଲମାନେ ରୋଡ଼ ସୋ, ମାରାଥନ ରାଲି, ସମାବେଶ ଓ ଡୋର ଟୁ ଡୋର ବୁଲି ଦଳୀୟ ପ୍ରାର୍ଥୀ ମାନେ ପ୍ରଚାରରେ ଲାଗିପଡିଥିଲେ ।

ଚତୁର୍ଥ ପର୍ଯ୍ୟାୟର ପ୍ରଚାର ପାଇଁ ଶନିବାର ଶେଷ ଦିନ ହୋଇଥିବାରୁ ଯାଜପୁରର ସୁକିନ୍ଦାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଆଜି ବିଜେପି ଅଧ୍ୟକ୍ଷ ଅମିତ ସାହ ଓଡିଶା ଆସି ପ୍ରଚାର ଜୋର କରିଥିଲେ । ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାଲେଶ୍ଵରର ରେମୁଣାର ନରହରିପୁର ପଡ଼ିଆରେ ଅନୁଷ୍ଟିତ କଂଗ୍ରେସ ସମାବେଶରେ ଯୋଗ ଦେଇଥିଲେ ।

ବିଜେଡି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ପଟ୍ଟାମୁଣ୍ଡାଇର ତିନିମୁହାଣରେ ରୋଡ଼ ସୋ କରିଥିଲେ ଓ ଟାଙ୍ଗିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ ।

Share this story

World Odia Language Conferene