ରେଳ ଯାତ୍ରୀଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା: କୌଣସି ବି ଖାଇବା ବିଲ ନ ଦେଲେ ଆପଣ ମାଗଣାରେ ଖାଇପାରିବେ

ରେଳ ଯାତ୍ରୀଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା: କୌଣସି ବି ଖାଇବା ବିଲ ନ ଦେଲେ ଆପଣ ମାଗଣାରେ ଖାଇପାରିବେ
ରେଳ ଯାତ୍ରୀଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା: କୌଣସି ବି ଖାଇବା ବିଲ ନ ଦେଲେ ଆପଣ ମାଗଣାରେ ଖାଇପାରିବେ

ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସରକାର ବଡ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ କହିଛନ୍ତି ଯଦି ଟ୍ରେନରେ ଆପଣ ଯାତ୍ରା କରୁଛନ୍ତି କିଛି ଖାଦ୍ୟ ପଦାର୍ଥ ଖାଇଲେ, ଆପଣଙ୍କୁ ବିକ୍ରେତା ବିଲ ଦେବାକୁ ବାଧ୍ୟ । ଯଦି ବିଲ ନ ଦେଲେ ତେବେ ଆପଣ ମାଗଣାରେ ଖାଇବେ । ଏଥିପାଇଁ ଯାତ୍ରୀଙ୍କୁ ପଇସା ଦେବାକୁ ପଡ଼ିବ ନାହିଁ । ଏବେ ରେଳ ମନ୍ତ୍ରାଳୟ ଯାତ୍ରୀଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ଏକ ସ୍ୱତନ୍ତ୍ର ନିୟମ ବାବଦରେ ଘୋଷଣା କରିଛି ।

ଯଦି ବିକ୍ରେତା ବିଲ ନ ଦିଅନ୍ତି ତେବେ ଆପଣ ଦେୟ ବି ଦେବାର ଆବଶ୍ୟକତା ନାହିଁ । ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏ ନେଇ ଘୋଷଣା କରିଛନ୍ତି । ଯାହା ଏବେ ଯାତ୍ରୀଙ୍କ ମନରେ ଉତ୍ସାହ ଭାରି ଦେଇଛି । ଏହି ନିୟମ କେବଳ ଭେଣ୍ଡର ବା ଟ୍ରେନ ବିକାଳୀଙ୍କ ପାଇଁ ଲାଗୁ ହେବନାହିଁ ବରଂ ରେଳ ପ୍ଲାଟଫର୍ମରେ ବିକ୍ରି କରୁଥିବା ଦୋକାନୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି ।

Share this story

World Odia Language Conferene