ରକ୍ତାକ୍ତ ହେଲା ସାକ୍ଷୀଗୋପଲ ଛକ, ତିନି ଭାଇଙ୍କୁ ଗୋଡ଼ାଇ ହାଣିଲେ, କାରଣ ଅସ୍ପଷ୍ଟ

ରକ୍ତାକ୍ତ ହେଲା ସାକ୍ଷୀଗୋପଲ ଛକ, ତିନି ଭାଇଙ୍କୁ ଗୋଡ଼ାଇ ହାଣିଲେ, କାରଣ ଅସ୍ପଷ୍ଟ
ରକ୍ତାକ୍ତ ହେଲା ସାକ୍ଷୀଗୋପଲ ଛକ, ତିନି ଭାଇଙ୍କୁ ଗୋଡ଼ାଇ ହାଣିଲେ, କାରଣ ଅସ୍ପଷ୍ଟ

ପୁରୀ: ସୁନାବେଶର ଗୋଟିଏ ଦିନ ପରେ ପୁରୀରେ ନାରକୀୟ କାଣ୍ଡ । ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକା ଛକରେ ରବିବାର ସନ୍ଧ୍ୟାରେ ଟ୍ରିପଲ୍‌ ମର୍ଡର ହୋଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ର୍ନିମମ ହତ୍ୟା କରଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିିଛି ।

ଭୁବନେଶ୍ୱର-ପୁରୀ ମୁଖ୍ୟ ରାସ୍ତା ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ବିଚ୍‌ ରାସ୍ତାରେ ୩ ଭାଇଙ୍କୁ ଆଜି ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ହାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁଲିସ ଚେକ୍‌ ପୋଷ୍ଟ ସମ୍ମୁଖରେ ଏହି ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ଦୃବୃର୍ତ୍ତଙ୍କ ଟେର ପାଇନାହିଁ । ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳରେ ପୋଡାଜଳା କରୁଥିବା ବେଳେ ପୁଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି ।

Share this story

World Odia Language Conferene