ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଅସମାଜିକ ବ୍ୟକ୍ତି । ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଥାନା ଅଚଂଳରେ ଥିବା ସରକାରୀ ହାଇସ୍କୁଲ ପଛପଟୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଉଦ୍ଧାର କରିଛି କମିଶନରେଟ ପୁଲିସ । ଖବର ପାଇ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଚିଂ ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ପୁଲିସ କହିବା ଅନୁଯାୟୀ, କିଛି ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ହେଲେ ଏଜାବାଦ୍ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ । ପ୍ରାଥମିକ ସ୍ତରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପାରିପାଶ୍ୱିର୍କ ସ୍ଥିତିରୁ ଜଣାପଡିଛି ମୃତ ବ୍ୟକ୍ତି ଜଣଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମୃତକଙ୍କ ବୟସ ୪୦ରୁ ୪୫ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ବାମ ପାଶ୍ୱର୍ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ବ୍ୟକ୍ତି ଜଣଙ୍କ ଫୁଲ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ଘଟଣାସ୍ଥଳରୁ ଏକ ମୋବାଇଲ ଫୋନ ଓ ପେନ ଜବତ କରିଛି ପୁଲିସ । ଜବତ ହୋଇଥିବା ମୋବାଇଲ ଫୋନର କଲ ରେକର୍ଡକୁ ଯାଚଂ କଲାପରେ ପୁଲିସକୁ ଅଭିଯୁକ୍ତ ବିଷୟରେ କିଛି ସୁରାକ ମିଳିପାରେ ବୋଲି ପୁଲିସ ଆଶା ବାନ୍ଧିଛି । ଏହି ଘଟଣା ପରେ ପୁରା ଅଚଂଳରେ ଭୟର ବାତାବରଣ ଖେଳିଯାଇଥିବା ଦେଖାଯାଇଛି ।

Share this story

World Odia Language Conferene