ଯୁବକଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ଘଟଣା: ୨୪ଘଣ୍ଟା ପରେ ବି ପୁଲିସ ହାତ ଖାଲି, ଅନ୍ୟପଟେ ପୁଲିସର ତନାଘନା ଜାରି

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ଘଟଣା: ୨୪ଘଣ୍ଟା ପରେ ବି ପୁଲିସ ହାତ ଖାଲି, ଅନ୍ୟପଟେ ପୁଲିସର ତନାଘନା ଜାରି
ଯୁବକଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ଘଟଣା: ୨୪ଘଣ୍ଟା ପରେ ବି ପୁଲିସ ହାତ ଖାଲି, ଅନ୍ୟପଟେ ପୁଲିସର ତନାଘନା ଜାରି
ଭୁବନେଶ୍ୱର: ଯୁବକଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ଘଟଣାକୁ ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସକୁ ମିଳିନି କୌଣସି ସଫଳତା । ଅନ୍ୟପଟରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଥିବା ପୁଲିସ ସୂଚନା ଦେଇଛି । ହତ୍ୟା ପୁର୍ବରୁ ଯୁବକ ଜଣଙ୍କ ଯେଉଁ ରାସ୍ତା ଦେଇଯାଇଥିଲେ, ସେହିସବୁ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଚଂ କରୁଛି ନୟାପଲ୍ଲୀ ଥାନା ପୁଲିସ । ଖାଲି ଏତିକି ନୁହେଁ ଗତକାଲି ଘଟଣାସ୍ଥଳରୁ ମିଳିଥିବା ମୋବାଇଲ ଫୋନର କଲ ରେକର୍ଡକୁ ତନତନ କରି ପରଖୁଛି ପୁଲିସ ।
ମୃତ ଯୁବକ ଜଣଙ୍କ ଶେଷ ଥରକ କାହା କାହା ସହ କଥା ହୋଇଥିଲେ? ସେ ନିଜେ ଘଟଣାସ୍ଥଳକୁ ଯାଇଥିଲେ ନା ତାଙ୍କୁ କେହି ଫୋନ କରି ସେଠାକୁ ଡାକିଥିଲା? ହତ୍ୟା ଘଟଣା ପଛରେ ଖାଲି ଜଣଙ୍କର ହାତ ଅଛି କି ନା ବହୁ ବ୍ୟକ୍ତି ବିଶେଷଙ୍କର? ଏସବୁ ଦିଗ ଉପରେ ତଦନ୍ତ ଚଳାଇଛି ପୁଲିସ । ପୁର୍ବଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ କୌଣସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପାରିନଥିବା ଜଣାପଡିଛି । ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ କହିଛି ।
ନୟାପଲ୍ଲୀ ଥାନା ଅଚଂଳରେ ଥିବା ସରକାରୀ ହାଇସ୍କୁଲ ପରିସରରୁ ପୁଲିସ ସାଲିଆ ସାହିର ପୁର୍ଣ୍ଣ ନାୟକ ନାମକ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ମଙ୍ଗଳବାର ଜବତ କରିଥିଲା । ପୁର୍ଣ୍ଣ ଭୁବନେଶ୍ୱରସ୍ଥିତ ଏକ ଛପାକଳରେ କାମ କରନ୍ତି । ୭ବର୍ଷ ହେବ ପରିବାର ସହ ପୁର୍ଣ୍ଣ ସାଲିଆ ସାହିରେ ଘରଭଡ଼ା ନେଇ ରହୁଥିବା ଜଣାପଡିଛି । ହେଲେ ତାଙ୍କ ନିଜ ଘର କଟକ ନିଆଳିରେ ବୋଲି ସୂଚନା ମିଳିଛି । ସୋମବାର ସକାଳ ୧୧ଟାରେ ସେ ଘରୁ କାମକୁ ବାହାରି ଯାଇଥିଲେ । ସେହିଦିନ ଅପରାହ୍ନ ୧୨.୩୦ରେ ତାଙ୍କ ପରିବାର ଲୋକେ ତାଙ୍କ ସହ କଥା ମଧ୍ୟ ହୋଇଥିଲେ । ପୁର୍ଣ୍ଣ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିଥିଲେ । ହେଲେ ଏହା ସମ୍ଭବ ହୋଇପାରିନଥିଲା ।
ଗତକାଲି ସ୍କୁଲ ପରିସରରୁ ତାଙ୍କୁ ରକ୍ତ ଜୁଡୁବୁଡୁ ମୃତଦେହକୁ ପୁଲିସ ଜବତ କରିଥିଲା । ପୁର୍ବଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଏହାକୁ ଭିତି କରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene