ମ୍ୟାଚ ଚାଲିଥିବା ସମୟରେ ୟୁଜ྄ବେନ୍ଦ୍ର ଚହଲ ଏମିତି କିଛି କରିଦେଲେ, ପୁରା ପାକିସ୍ତାନ ସଲାମ କରୁଛି

ମ୍ୟାଚ ଚାଲିଥିବା ସମୟରେ ୟୁଜ྄ବେନ୍ଦ୍ର ଚହଲ ଏମିତି କିଛି କରିଦେଲେ, ପୁରା ପାକିସ୍ତାନ ସଲାମ କରୁଛି
ମ୍ୟାଚ ଚାଲିଥିବା ସମୟରେ ୟୁଜ྄ବେନ୍ଦ୍ର ଚହଲ ଏମିତି କିଛି କରିଦେଲେ, ପୁରା ପାକିସ୍ତାନ ସଲାମ କରୁଛି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏସିଆ କପରେ ଭାରତ ପାକିସ୍ତାନକୁ ୨୧ ଓଭର ଖେଳି ୮ ଉଇକେଟରେ ମ୍ୟାଚ ଜିତିନେଲା । ମ୍ୟାଚ ଜିତିବା ସହ ଭାରତ ପାକିସ୍ତାନଠାରୁ ହାରିବାର ପ୍ରତିଶୋଧ ନେଇଥିବାବେଳେ ଏହି ସମୟରେ ଏକ ଅଦଭୂତ କାଣ୍ଡ ଦେଖିବାକୁ ମିଳିଥିଲା । ମ୍ୟାଚ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଆନ୍ତରିକତାର ପରିବେଶ ଦେଖିବାକୁ ମିଳିଥିଲା ଯାହା ଦେଶବାସୀ ପାଇଁ ଥିଲା ପୁରା ନିଆରା ।

ମ୍ୟାଚ ଚାଲିଥିବା ସମୟରେ ୟୁଜ྄ବେନ୍ଦ୍ର ଚହଲ ଏମିତି କିଛି କରିଦେଲେ, ପୁରା ପାକିସ୍ତାନ ସଲାମ କରୁଛି

ପଡ଼ିଆରେ ପାଣ୍ଡିଆଙ୍କୁ ଆଘାତ ଲାଗିବା ପରେ ପାକିସ୍ତାନର ଖେଳାଳି ମାନେ ତାଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ବିଷୟରେ କଥା ହୋଇଥିଲେ । ମ୍ୟାଚର ୪୩ ଓଭରରେ ଭାରତୀୟ ଖେଳାଳି ୟୁଜ྄ବେନ୍ଦ୍ର କିଛି ଏପରି କଲେ ଯାହା ସବୁ ପାକିସ୍ତାନୀଙ୍କ ମନ କିଣି ନେଇଥିଲେ । ପାକିସ୍ତାନ ଖେଳାଳି ଉସମାନ ଖାଁ ଖେଳିବାକୁ ଆସିବା ସମୟରେ ତାଙ୍କ ଜୋତାର ଡୋର ଖୋଲି ଯାଇଥିଲା।

ସେଥିପାଇଁ ତାଙ୍କୁ ଖେଳିବା ପାଇଁ ଅସୁବିଧା ହେଉଥିଲା । ହାତରେ ଗ୍ଲୋବସ ପିନ୍ଧିଥିବାରୁ ସେ ନିଜେ ଜୋତାର ଡୋର ବାନ୍ଧି ପାରୁ ନ ଥିଲେ । ଏପରିସ୍ଥଳେ ଭାରତୀୟ ସ୍ପିନର ଚହଲ ସବୁ କିଛି ଭୁଲି ଉସମାନଙ୍କ ଯୋତା ର ଡୋର ବାନ୍ଧି ଥିଲେ।

ଚହଲଙ୍କ ଏହି କାମ ଦେଖି ପୁରା ପାକିସ୍ତାନ ତାଙ୍କୁ ସଲାମ କରିଥିଲା । ମ୍ୟାଚ ଭିତରେ ଏପରି ବହୁତ ଥର ହୋଇଛି । କିନ୍ତୁ ଭାରତ ଓ ପାକିସ୍ତାନ ମ୍ୟାଚରେ ଏଭଳି ଦୃଶ୍ୟ କୁଚିତ ଦେଖିବାକୁ ମିଳିଛି । ମ୍ୟାଚ ଭିତରେ ଚହଲଙ୍କ ଦ୍ଵାରା କରାଯାଇଥିବା ଏପରି କାମ ବହୁତ ଭଲ ଥିଲା । ଭାରତୀୟ ଖେଳାଳିଙ୍କ ଗୁଣଗାନ ସମସ୍ତେ କରିଥିଲେ ।

Share this story

World Odia Language Conferene