ମେଷ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତି ଶ୍ରାବଣ ମାସରେ କରନ୍ତୁ ଏହି ସବୁ କାମ, ସାରା ଜୀବନ ରହିବେ ସୁଖରେ…

ମେଷ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତି ଶ୍ରାବଣ ମାସରେ କରନ୍ତୁ ଏହି ସବୁ କାମ, ସାରା ଜୀବନ ରହିବେ ସୁଖରେ…
ମେଷ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତି ଶ୍ରାବଣ ମାସରେ କରନ୍ତୁ ଏହି ସବୁ କାମ, ସାରା ଜୀବନ ରହିବେ ସୁଖରେ…

ଶ୍ରାବଣ ମାସ ଆରମ୍ଭ ହେଲା ମାତ୍ରକେ ପ୍ରତ୍ୟେକ ବ୍ୟକ୍ତି ପ୍ରଭୁ ଶିବଙ୍କୁ ପୂଜା କରିଥାନ୍ତି । ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ମହିମା ଅନେକ ରହିଛି । ଭକ୍ତମାନେ ଶହ ଶହ କିଲୋମିଟର ପାଦରେ ଚାଲି ଶିବଙ୍କ ଉପରେ ଜଳ ଅର୍ପଣ କରିଥାନ୍ତି । ବିଶ୍ବାସଥାଏ ପ୍ରଭୁ ଶିବଙ୍କ ଉପରେ ଜଳ ଅର୍ପଣ କଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଗ୍ରହନୁସାରେ ଆସନ୍ତା ୧୭ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ, ଏହି ମାସରେ ମେଷ, କନ୍ୟା ଓ କୁମ୍ଭ ରାଶି ଉପରେ ପ୍ରଭୁ ଶିବଙ୍କ କୃପା ରହିବ । ଏହି ରାଶିର ଜାତକ ଥିବା ବ୍ୟକ୍ତି ଶ୍ରାବଣ ମାସରେ ନିଜର ମଙ୍ଗଳ ପାଇଁ ପ୍ରଭୁ ଶିବଙ୍କ ପାଖରେ ଏହି ସବୁ ପ୍ରତିକାର କରନ୍ତି ତେବେ ନିଶ୍ଚିତଭାବେ ବର୍ଷସାରା ଶିବଙ୍କ ଆର୍ଶୀବାଦ ଆପଣ ଉପରେ ରହିବ ।

ମେଷ- ମେଷ ରାଶି ଜାତଧାରୀ ବ୍ୟକ୍ତି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ନାଁରେ ବ୍ରତ ପାଳନ କରନ୍ତୁ । ଯଦି ମାସ ସାରା ବ୍ରତ ନ ରଖିପାରିବେ ତେବେ ପ୍ରତ୍ୟେକ ସୋମବାର ଦିନ ବ୍ରତ ପାଳନ କରନ୍ତୁ । ବ୍ରତଦିନ ଫଳ ଆହାର କରିବା ସହ ପ୍ରତ୍ୟେକ ଦିନ ଶିବଙ୍କ ଠାରେ ଲାଗିଥିବା ଜଳରୁ ବୁନ୍ଦାଏ ଆଣି ପାଣି ମିଶାଇ ଜଳ ଅଭିଷେକ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଜୀବନରେ ସୁଖ, ଶାନ୍ତ ଓ ସମୃଦ୍ଧିରେ ରହିବେ । ଆସୁଥିବା ବିପତ୍ତିରୁ ମଧ୍ୟ ତ୍ରାହି ପାଇବେ । ଯଦି ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକ ଏହି ବ୍ରତ ପାଳନ କରିପାରନ୍ତି ନାହିଁ ତେବେ ପ୍ରଭୁ ଶିବଙ୍କ ରେ ଜଳ ଅଭିଷେକ କରି ପାରିବେ ।

କନ୍ୟା- ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିରରେ ଭୋଗ ଲଗାନ୍ତୁ । ଆପଣ କ୍ଷମତା ଠାରୁ ଅଧିକ ଭୋଗ ସାମଗ୍ରୀ ଆଣି ମନ୍ଦିରରେ ଭୋଗ କରିବେ । ଏହି ଭୋଗର ପରିମାଣ ଅଧିକ ରହିଲେ ଏହି ଭୋଗକୁ ଅଧିକ ଲୋକ ସେବନ କରିପାରିବେ । ମନ୍ଦିରରେ ଥିବା ଭିକାରୀଙ୍କୁ ସ୍ବଚ୍ଛ ମନରେ ଦାନ କରନ୍ତୁ । ଆପଣ ଭୋଗ ଓ ଦାନ ବାବଦରେ ଯେତେ ଟଙ୍କା ଖର୍ଚ୍ଚ ହେଲେ କୌଣସି ଲାଭ ହେବ ନାହିଁ ବରଂ ସ୍ବଚ୍ଛ ମନରେ ଏହି ସବୁ କାର୍ଯ୍ୟ କରିବାକୁ ପଡ଼ିବ । ଏହା କରିବା ଦ୍ବାରା ବର୍ଷସାରା ଆପଣ ଖୁସିରେ ରହିବେ। ବଡ଼ ବଡ଼ ବିପତ୍ତିରୁ ତ୍ରାହି ପାଇବା ସହ ପାରିବାରିକ ସମସ୍ୟା ମଧ୍ୟ ଦୂର ହୋଇଯିବ ।

କୁମ୍ଭ- ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଶିବଙ୍କ ଚାଳିଶା ପାଠ କରନ୍ତୁ । ସ୍ବଚ୍ଛ ମନରେ ଶିବ ଚାଳିଶା ମନ୍ଦିର କିମ୍ବା ଘରେ ପାଠ କରି ପାରିବେ । ପ୍ରତ୍ୟେକ ସୋମବାର ଦିନ ହାତରେ ଦୀପ ରଖି ଶିବଙ୍କୁ ଆଳତୀ କରନ୍ତୁ । ଶିବଙ୍କ ପାଖରେ ଆରତୀ ସରିବା ପରେ ଗାଈକୁ ଘିଅ ଓ ଗୁଡ଼ରେ ତିଆରି ହୋଇଥିବା ପିଠା ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ବାରା ବର୍ଷସାରା ଖୁସିରେ ରହିବେ ।

Share this story

World Odia Language Conferene