ମେଡ଼ିକାଲ ଛାତ୍ରୀଙ୍କୁ ପ୍ରଫେସର ପଚାରିଲେ, ମୁଁ କ’ଣ ତୁମ ବୟଫ୍ରେଣ୍ଡ ପାଇଁ ଫିଟ ନୁହେଁ? ପଢନ୍ତୁ ତାପରେ କ’ଣ ହେଲା

ମେଡ଼ିକାଲ ଛାତ୍ରୀଙ୍କୁ ପ୍ରଫେସର ପଚାରିଲେ, ମୁଁ କ’ଣ ତୁମ ବୟଫ୍ରେଣ୍ଡ ପାଇଁ ଫିଟ ନୁହେଁ? ପଢନ୍ତୁ ତାପରେ କ’ଣ ହେଲା
ମେଡ଼ିକାଲ ଛାତ୍ରୀଙ୍କୁ ପ୍ରଫେସର ପଚାରିଲେ, ମୁଁ କ’ଣ ତୁମ ବୟଫ୍ରେଣ୍ଡ ପାଇଁ ଫିଟ ନୁହେଁ? ପଢନ୍ତୁ ତାପରେ କ’ଣ ହେଲା

ଗୁଜରାଟର ବଡୋଦରା ମେଡିକାଲ କଲେଜରେ ଫିଜିଓଥେରାପି ମୌଖିକ ପରୀକ୍ଷାରେ ଜନୈକ ପ୍ରଫେସରଙ୍କ ଅଭଦ୍ର ପ୍ରଶ୍ନକୁ ନେଇ ଛାତ୍ରୀ ନିର୍ଜାତନା ଅଭିଯୋଗ ଆଣିଛନ୍ତି । ଫଳରେ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଛି । ଏସ୍.କେ.ନାଗର ନାମକ ଏହି ପ୍ରଫେସର ଛାତ୍ରୀଙ୍କୁ ପରୀକ୍ଷା ପ୍ରଶ୍ନ ବଦଳେ ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଛାତ୍ରୀ ଡିନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ପରୀକ୍ଷାରେ ପ୍ରଫେସର ଛାତ୍ରୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଅଛନ୍ତି କି ନା ବୋଲି ପ୍ରଶ୍ନ କରିଥିଲେ । ତେବେ ଛାତ୍ରୀଙ୍କ ଉତ୍ତର ନାଁ ଶୁଣିବା ପରେ ମୋ ଭଳି ବଡି ଥିବା ବୟଫ୍ରେଣ୍ଡ ଚଳିବ କି ବୋଲି ପଚାରିଥିଲେ । କେବଳ ସେତିକି ନୁହେଁ ମହିଳାଙ୍କ ପ୍ରେଗନେନ୍ସୀ ଓ ଭର୍ଜିନିଟି ନେଇ ମଧ୍ୟ ବିକୃତ ପ୍ରଶ୍ନ କରିଥିବା ନେଇ ଛାତ୍ରୀ ଅଭିଯୋଗ କରିଛନ୍ତି । ଏ ନେଇ ଛାତ୍ରୀ କାନ୍ଦି କାନ୍ଦି ଡିନଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ କ୍ୟାମ୍ପସରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି ।

ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ପ୍ରଫେସର ନାଗର । ଆଗକୁ ସେ ଡିନ ପଦବୀକୁ ପଦୋନ୍ନତୀ ପାଇବାକୁ ଅଛି । ଏଣୁ ଏକ କୁଚକ୍ରୀ ଗୋଷ୍ଠୀଙ୍କର ତାଙ୍କ ବିରୋଧରେ ଏଭଳି ଏକ ଷଡଯନ୍ତ୍ର କରିଛନ୍ତି ବୋଲି କହିଛନ୍ତି । ତେବେ ପରୀକ୍ଷାରେ ଛାତ୍ର ହୁଅନ୍ତୁ କି ଛାତ୍ରୀ ଯଦି ପ୍ରଶ୍ନ ପଚାରିବା ବେଳେ ଶିକ୍ଷକଙ୍କୁ ଡରି ଯାଆନ୍ତି ସେମାନଙ୍କୁ ସହଜ କରିବା ଲାଗି ସିଲାବସ୍ ବାହାରର ପ୍ରଶ୍ନ କରାଯାଏ । ଏହା ମୌଖିକ ପରୀକ୍ଷାର ସାଧାରଣ ନିୟମ ବୋଲି କହିଛନ୍ତି ପ୍ରଫେସର ନାଗର । ଏଣୁ ଛାତ୍ରୀଙ୍କୁ ସେ ସିଲାବସ୍ ବାହାରୁ ନିଶ୍ଚିତ ପ୍ରଶ୍ନ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି ହେଲେ ଛାତ୍ରୀ ଆଣିଥିବା ଅଭିଯୋଗ ଭଳି ସେ ପ୍ରଶ୍ନ କରିନଥିବା କହିଛନ୍ତି ।

Share this story

World Odia Language Conferene