ମୃତ୍ୟୁର ୩୦ବର୍ଷ ପରେ ବି ବୁଲୁଛି ଅତୃପ୍ତ ଆତ୍ମା: ଯାତ୍ରୀଙ୍କୁ ମାଗିଥାଏ ମିନେରାଲ ଓ୍ବାଟର ଏବଂ ସିଗାରେଟ

ମୃତ୍ୟୁର ୩୦ବର୍ଷ ପରେ ବି ବୁଲୁଛି ଅତୃପ୍ତ ଆତ୍ମା: ଯାତ୍ରୀଙ୍କୁ ମାଗିଥାଏ ମିନେରାଲ ଓ୍ବାଟର ଏବଂ ସିଗାରେଟ
ମୃତ୍ୟୁର ୩୦ବର୍ଷ ପରେ ବି ବୁଲୁଛି ଅତୃପ୍ତ ଆତ୍ମା: ଯାତ୍ରୀଙ୍କୁ ମାଗିଥାଏ ମିନେରାଲ ଓ୍ବାଟର ଏବଂ ସିଗାରେଟ

ପାହାଡ଼ ପର୍ବତରେ ଭରା ହିମାଚଳ ପ୍ରଦେଶରେ ଭୂତପ୍ରେତର ରହସ୍ୟ ଲୁଚି ରହିଥାଏ । ହିମାଚଳ ପ୍ରଦେଶରେ ଏକ କାହାଣୀ ରହିଛି ଯାହା ବିଗତ ୩୦ବର୍ଷ ତଳର । କୁହାଯାଏ ଆଜି ବି ସେହି ସ୍ଥାନରେ ଜଣେ ଯୁବକର ଆତ୍ମା ବୁଲୁଛି । ସେହି ରାସ୍ତାରେ ଯାଉଥିବା ସବୁ ଲୋକଙ୍କୁ ସେ ସିଗାରେଟ ଏବଂ ମିନେରାଲ ଓ୍ବାଟର ମାଗିଥାଏ । କୁହାଯାଏ ଯଦି ଯୁବକର ଇଚ୍ଛାକୁ କେହି ପୂରଣ କରି ନଥାଆନ୍ତି ତେବେ ସେମାନଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ ।

ମନାଲିର ଲେହ ରାସ୍ତାରେ ଏହି ଘଟଣା ଘଟିଥାଏ । ଏହି ରାସ୍ତାରେ ଭୂତର ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଛି । ଏହା ୧୭ହଜାର ଫୁଟ ଉପରେ ଗାଟା ଲୁପ୍ସରେ ରହିଛି । କୁହାଯାଏ ଏହି ରାସ୍ତାରେ ଅତୃପ୍ତ ଆତ୍ମା ଲୋକଙ୍କୁ ମିନେରାଲ ଓ୍ବାଟର ଏବଂ ସିଗାରେଟ ମାଗି ହଇରାଣ କରିଥାଏ ଯାହା ଦ୍ବାରା ଏଠାରେ ସବୁବେଳେ ଦୁର୍ଘଟଣା ଘଟିଥାଏ । କିନ୍ତୁ ପରେ ମନ୍ଦିର ହେବାରୁ ଦୁର୍ଘଟଣା ସଂଖ୍ୟା କମିଯାଇଥିଲା ।

ଭୂତ ବିଷୟରେ ଏତେ କଥା ଜାଣିବା ପରେ ଏବେ ସମସ୍ତଙ୍କ ମନରେ ଏହା ପ୍ରଶ୍ନ ଉଠୁଥିବ ଯେ ଏହି ଅତୃପ୍ତ ଆତ୍ମା ଆସିଲା କେଉଁଠୁ ? ଏହି ଘଟଣାଟି ଦୀର୍ଘ ୩୦ବର୍ଷ ତଳେ ଘଟିଥିବା ଏକ ଦୁର୍ଘଟଣା ସହ ଜଡ଼ିତ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଦୀର୍ଘ ୩୦ବର୍ଷ ତଳେ ଏହି ରାସ୍ତାରେ ଯାଉଥିବା ଏକ ଟ୍ରକ୍ ଖରାପ ହୋଇଯାଇଥିଲା । ଏହାପରେ ବରଫ ଝଡ଼ ହୋଇଥିଲା ଏବଂ ଟ୍ରକ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ କାହାରି ସାହାଯ୍ୟ ମିଳିପାରିନଥିଲା ।

କିଛି ସମୟ ଅପେକ୍ଷା କରିବା ପରେ ଟ୍ରକ୍ ଡ୍ରାଇଭର ତା’ର ସାଥୀକୁ ଛାଡ଼ି ଗାଁରେ ସାହାଯ୍ୟ ମାଗିବାକୁ ଚାଲିଯାଇଥିଲା । ଗାଁ ସେହି ସ୍ଥାନରୁ ପାଖାପାଖି ୪୦କିଲୋମିଟର ଦୂର ଥିଲା ଏବଂ ଡ୍ରାଇଭରକୁ ସେଠାକୁ ପହଞ୍ଚିବାକୁ ଅନେକ ଘଣ୍ଟା ଲାଗିଯାଇଥିଲା । ବରଫ ଝଡ଼ ଯୋଗୁଁ ରାସ୍ତା ବି ଖରାପ ହୋଇଯାଇଥିଲା । ଚାଳକ ଫେରିବାକୁ ଉଦ୍ୟମ କରିଥିଲା କିନ୍ତୁ ବରଫ ଝଡ଼ ଯୋଗୁଁ ଯାଇପାରିନଥିଲା ।

ପାଖାପାଖି ଗୋଟିଏ ସପ୍ତାହ ପରେ ଯେତେବେଳେ ଚାଳକ ନିଜ ଟ୍ରକ ପାଖକୁ ଫେରିଥିଲା ସେତେବେଳେ କଣ୍ଡକ୍ଟର ଭୋକ ଉପାସରେ ଏବଂ ଖରାପ ପାଗ ଯୋଗୁଁ ମୃତ୍ୟୁବରଣ କରିଥିଲା ଏବଂ ତାଙ୍କ ଶବ ଟ୍ରକ୍ ଭିତରେ ପଡ଼ିଥିଲା । ଚାଳକ ତାଙ୍କ ଶବକୁ ସେଠାରେ ପୋତି ଦେଇଥିଲେ । ସେଦିନଠାରୁ ଏଠାରେ ଏପରି ଘଟଣା ଘଟୁଛି । ଯୁବକଙ୍କ ଅତୃପ୍ତ ଆତ୍ମା ବାଟରେ ଯାଉଥିବା ଲୋକଙ୍କୁ ଡରାଇଥାଏ ।

Share this story

World Odia Language Conferene