ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ଯିବ ପୋଲିସ ତାର ମୁଣ୍ଡକାଟ କରିବ କି ?: ବିଜେପି

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ଯିବ ପୋଲିସ ତାର ମୁଣ୍ଡକାଟ କରିବ କି ?: ବିଜେପି
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ଯିବ ପୋଲିସ ତାର ମୁଣ୍ଡକାଟ କରିବ କି ?: ବିଜେପି

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ଆଜି ଜଣେ ଜଣେ ଯୁବକ ନିରଂଜନ ସାହୁଙ୍କର ମୃତ୍ୟୁ ହୋଇଛି । ଆମ ପାଖରେ ସ୍ପଷ୍ଟ ଖବର ଅଛି ଯେ ପୋଲିସ ମାଡରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିବାର ବି ସେଇ ସମାନ ଅଭିଯୋଗ କରିଛନ୍ତି । ତାଙ୍କ ପରିବାର ଲୋକ ଆଗରୁ ଗଣମାଧ୍ୟମରେ ଅଭିଯୋଗ କରିଥିଲେ ଯେ ନିରଜଂନ ସାହୁ ପୋଲିସଙ୍କ ମାଡରେ ଗୁରୁତର ଭାବେ ଆହାତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ । ତାଙ୍କର ମଳଦ୍ୱାରରେ ପୋଲିସ ରୋଲ ବାଡି ପୁରାଇ ଦେବା କାରଣରୁ ତାଙ୍କର ମଳ ଦ୍ୱାର ଫାଟି ରକ୍ତସ୍ରାବ ହେବା ଦ୍ୱାରା ସେ ମୃତ୍ୟୁ ବରଣ କରିଛନ୍ତି ।

ହେଲେ ଶାସକ ଦଳର ଚାପରେ ଏବଂ ପୋଲିସକୁ ବଂଚାଇବା ପାଇଁ ଡାକ୍ତର ଏହାକୁ ଅନ୍ୟ ରୁପ ଦେବାକୁ ଚେଷ୍ଟା କରୁଛନ୍ତି । ନିରଂଜନ ସାହୁ ଗତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ବଲାଙ୍ଗିର ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରୋଡସୋରେ ପ୍ରତିବାଦ କରିଥିଲେ ଯେଉଁଥି ପାଇଁ ପୋଲିସ ତାଙ୍କୁ ପିଟିପିଟି ମାରିଲା । ଏହା ଏକ ରାଜନୈତିକ ହତ୍ୟା ଯାହା ପୋଲିସ ଦ୍ୱାରା ସରକାରୀ ଦଳ କରାଇଲା । ଗଣତନ୍ତ୍ରରେ ଯିଏ ପ୍ରତିବାଦ କରିବ ତାକୁ କଣ ମୃତ୍ୟୁ ଦଣ୍ଡ ମିଳିବ କି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ ପ୍ରଶ୍ନ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଏ ରାଜ୍ୟରେ କଣ ପ୍ରତିବାଦ କରିବାର ଅଧିକାର କାହାର ନାହିଁ । ବିଜେଡିର ନେତାଙ୍କ ପାଖରେ ପ୍ରତିବାଦ କଲେ ପୋଲିସ ଏତେ ପ୍ରତିକ୍ରିୟାଶିଳ କାହିଁକି ହେଉଛି? ଏତେ ରାଜନୈତିକ ଅସହିଷ୍ଣୁତା ଆଗରୁ ଓଡିଶାରେ କେବେ ହୋଇନଥିଲା ଯାହା ଏବେ ହେଉଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ନବୀନ ବାବୁ ସାଢେ ୪ କୋଟି ଓଡିଆ ଲୋକ ତାଙ୍କ ପରିବାର ବୋଲି ସବୁଆଡେ ଖଣ୍ଡି ଓଡିଆରେ ଭାଷଣ ଦେଉଛନ୍ତି । ଯଦି ସାଢେ ୪ କୋଟି ଓଡିଆ ଲୋକ ମୁଖ୍ୟମନ୍ତ୍ରୀ ମହାଶୟଙ୍କର ପରିବାର ତା ହେଲେ ତାଙ୍କ ପରିବାରର ଜଣେ ସଦସ୍ୟ ଯଦି କିଛି ସମସ୍ୟାକୁ ନେଇ ପ୍ରତିବାଦ କରୁଛି ତାହେଲେ ତାକୁ ପୋଲିସ ଲଗାଇ କାହିଁକି ମାରୁଛନ୍ତି? ଓଡିଆ ଲୋକ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ରାଗ କାହିଁକି? କଣ ସେ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଲା ବୋଲି ମୁଖ୍ୟମନ୍ତ୍ରୀ ପୋଲିସ ଲଗାଇ ତାକୁ ଜିବନରେ ମାରିବେ?

ନିରଂଜନର ଅପରାଧ କଣ ଥିଲା ଯେ ତାକୁ ଏତେ ବଡ ଦଣ୍ଡ ମିଳିଲା? ସେ ବିଜେଡିକୁ ସମର୍ଥନ କରୁନଥିଲା । ଏହା ତାର ଭୁଲ ଥିଲା କି? ସେ ମୁଖ୍ୟମନ୍ତ୍ରୀଙ୍କର ରୋଡ ଶୋରେ ପ୍ରତିବାଦ କଲା । ଏହା ତାର ଭୁଲ ଥିଲା କି ବୋଲି ସମୀର ପ୍ରଶ୍ନ କରିଛନ୍ତି ।

ବିଜେଡି ସରକାରରେ ଅନ୍ୟାୟ ଆଉ ଅନିତି ସୀମା ଲଂଘିଲାଣି । ଏତେ ରାଜନୈତିକ ଅସହିଷ୍ଣୁତା ଆଗରୁ କେବେ ଦେଖାଯାଇନଥିଲା । ମୁଖ୍ୟମନ୍ତ୍ରୀ ନିଜକୁ କଣ ସମ୍ରାଟ ବୋଲି ନିଜକୁ ଭାବୁଛନ୍ତି ଯିଏ ତାଙ୍କ ବିରୋଧରେ ଯିବ ତାର ମୁଣ୍ଡକାଟ କରାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରୀପାଠି ପ୍ରମୁଖ ଉପସ୍ଥିତ ଥିଲେ ।

Share this story

World Odia Language Conferene