ମିଆଁମାର ସୀମାରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କଲା ଭାରତ, ବୀରଙ୍କ ଏହି ପଦକ୍ଷେପ ପାଇଁ ସେୟାର ନିଶ୍ଚିନ୍ତ କରିବେ

ମିଆଁମାର ସୀମାରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କଲା ଭାରତ, ବୀରଙ୍କ ଏହି ପଦକ୍ଷେପ ପାଇଁ ସେୟାର ନିଶ୍ଚିନ୍ତ କରିବେ
ମିଆଁମାର ସୀମାରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କଲା ଭାରତ, ବୀରଙ୍କ ଏହି ପଦକ୍ଷେପ ପାଇଁ ସେୟାର ନିଶ୍ଚିନ୍ତ କରିବେ

ନୂଆଦିଲ୍ଲୀ : ପୁଣି ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି । ଉତ୍ତର ପୂର୍ବ ମିଆଁମାର ସୀମାରେ ଥିବା ଉଗ୍ରବାଦୀଙ୍କ କ୍ୟାମ୍ପ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ଦେଶର ଯବାନ । ଏହି ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଉଗ୍ରବାଦୀଙ୍କ କ୍ୟାମ୍ପ ଧ୍ୱଂସ କରାଯାଇଥିବା ବେଳେ ଅନେକ ଉଗ୍ରବାଦୀ ପ୍ରାଣ ବିକଳରେ ପଳାଇଯାଇଥିବା ଜଣାପଡିଛି । ଉଭୟ ଭାରତ ଏବଂ ମିଆଁମାରର ଯବାନ ମିଳିତ ଆକ୍ରମଣ କରିଥିବାରୁ ଏହି ଅପରେସନକୁ ସନଶାଇନ-୨ ନାମରେ ନାମିତ କରାଯାଇଛି । ଏହି ଅପରେସନରେ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସୂଚନାଯୋଗ୍ୟ, କିଛି ମାସ ହେବ ମିଆଁମାର ସୀମାରେ ଉଗ୍ରବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିଲା । ଏହାପରେ ଫେବୃଆରୀ ୨୨ରୁ ୨୬ ତାରିଖ ମଧ୍ୟରେ ଦୁଇ ଦେଶ ପକ୍ଷରୁ ଅପରେସନ ସନଶାଇନ-୧ ଆରମ୍ଭ ହୋଇଥିଲା । ଏହି ସମୟରେ ଭାରତ ପଟରେ ଥିବା ଉଗ୍ରବାଦୀମାନେ ଅପରେସନ ଭୟରେ ମିଆଁମାର ଆଡ଼କୁ ପଳାଇଥିଲେ। ପରେ ମିଆଁମାର ସେନା ଉଗ୍ରବାଦୀଙ୍କୁ ଗିରଫ କରିଥିଲେ ।

ଏବେ ପୁଣିଥରେ ଉଭୟ ଦେଶର ସେନା ମିଳିତ ଅପରେସନ କରିଛନ୍ତି । ଏହି ଅପରେସନରେ ଦୁଇ ବାଟାଲିୟନ ସ୍ପେଶାଲ ଫୋର୍ସ, ଅସାମ ରାଇଫଲ୍ସ ଏବଂ ଘାତକ ଇନଫେଣ୍ଟ୍ରି ଯବାନ, ମିଆଁମାରରେ ସେନା ସାମିଲ ଥିଲେ । ଅଧିକାଂଶ ଉଗ୍ରବାଦୀ କ୍ୟାମ୍ପ ଧ୍ୱଂସ ହୋଇଯାଇଥିବା ବେଳେ କେତେ ଜଣ ମରିଛନ୍ତି ସେ ନେଇ ସୂଚନା ମିଳିପାରି ନାହିଁ ।

Share this story

World Odia Language Conferene