ମାର୍ଚ୍ଚ ୨୩ ତାରିଖ (ଶନିବାର), ଏହି ରାଶି ଥିବା ବ୍ୟକ୍ତି ଯାନବାହାନ ଚଲେଇବା ବେଳେ ସତର୍କ ରୁହନ୍ତୁ; ନଚେତ ଦୁର୍ଘଟଣାର ସମ୍ମୁଖୀନ ହେବେ

ମାର୍ଚ୍ଚ ୨୩ ତାରିଖ (ଶନିବାର), ଏହି ରାଶି ଥିବା ବ୍ୟକ୍ତି ଯାନବାହାନ ଚଲେଇବା ବେଳେ ସତର୍କ ରୁହନ୍ତୁ; ନଚେତ ଦୁର୍ଘଟଣାର ସମ୍ମୁଖୀନ ହେବେ
ମାର୍ଚ୍ଚ ୨୩ ତାରିଖ (ଶନିବାର), ଏହି ରାଶି ଥିବା ବ୍ୟକ୍ତି ଯାନବାହାନ ଚଲେଇବା ବେଳେ ସତର୍କ ରୁହନ୍ତୁ; ନଚେତ ଦୁର୍ଘଟଣାର ସମ୍ମୁଖୀନ ହେବେ

ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ, ମାର୍ଚ୍ଚ ୨୩ ତାରିଖ ୨୦୧୯ ମସିହା (ଶନିବାର), ଜାଣନ୍ତୁ ଆଜିର ରାଶିଫଳ:

ମେଷ ରାଶି: ଆଜି ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ନୂତନ ଦ୍ରବ୍ୟ ଲାଭ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ମନୋଯୋଗ ଦେବେ । ଚାକିରୀ କ୍ଷେତ୍ରରେ ପ୍ରମୋସନ ମିଳିବ । ବ୍ୟାପାରରେ କିଛି ବଡ ସଫଳତା ମିଳିବ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ବୃଷ ରାଶି: ଆଜି ଖର୍ଚ୍ଚ ବୃଦ୍ଧିର ହୋଇପାରେ । ଶୁଣାକଥାକୁ ବିଶ୍ୱାସ କରି ହଠାତ ପ୍ରତିକ୍ରିୟାଶୀଳ ହୋଇ ବିବାଦରେ ନପଡିବା ଭଲ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ ଲାଭ ହେବାର ସୁଯୋଗ ଦେଖାଯାଉଛି । କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କଲେ ମଧ୍ୟ ଉଚ୍ଚାଧିକାରୀଙ୍କଠାରୁ ଅପବାଦ ଶୁଣିବାକୁ ମିଳିପାରେ ।

ମିଥୁନ ରାଶି: ଆଜି ଧନ ଅର୍ଜନ ହେଵା ସହ ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ସାବଧାନ ରୁହନ୍ତୁ; ନଚେତ ପ୍ରତିଦ୍ୱନ୍ଦୀ ହଇରାଣରେ ପକେଇପାରନ୍ତି । କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ମିଳିବ । ଚାକିରୀରେ ନୂତନ ଯୋଜନା ପାଇଁ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।

କର୍କଟ ରାଶି: ଆଜି ଶାରୀରିକ ଅସୁସ୍ଥତା ଦେଖାଦେବ । ଅନ୍ୟର କାର୍ଯ୍ୟରେ ମୁଣ୍ଡ ପୁରାନ୍ତୁ ନାହିଁ; ନଚେତ ବିବାଦରେ ପଡିଯିବେ ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି । ବ୍ୟାପାର ମଧ୍ୟମ ଧରଣର ରହିବ । ପରିବାରରେ ବୟୋଜ୍ୟେଷ୍ଠଙ୍କ  ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ ।

ସିଂହ ରାଶି: ଆଜି ଚିନ୍ତାଗ୍ରସ୍ତ ରହିବାରୁ ଅବସାଦ ବୃଦ୍ଧି ହେବ । ବାଣୀରେ ନିୟଂତ୍ରଣ ରଖନ୍ତୁ;ନଚେତ ସମ୍ପର୍କହାନି ହୋଇପାରେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରିବେ । କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିଯାଇପାରେ । ବ୍ୟାପାର ଅନୁକୂଳ ରହିବ ।

କନ୍ୟା ରାଶି: ଆଜି ଆମୋଦପ୍ରମୋଦରେ ଦିନଟି କଟିବ । ଆପଣଙ୍କ ଦୀର୍ଘଦିନର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଚାକିରୀରେ ନିଜର କର୍ମ ତତ୍ପରତା ଦ୍ୱାରା ପ୍ରମୋସନ ପାଇପାରନ୍ତି । ବ୍ୟାପାରରେ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇପାରିବେ । ପରିବାରର ସଦସ୍ୟଙ୍କ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାର ମଉକା ମିଳିପାରେ ।

ତୁଳା ରାଶି: ଆଜି ସ୍ଵାସ୍ଥ୍ୟହାନି ହୋଇପାରେ । ମାଲି ମକଦ୍ଦମାରେ ସଫଳତା ମିଳିବ । ଯାନବାହାନ ଚଲେଇବା ବେଳେ ସତର୍କ ରୁହନ୍ତୁ; ନଚେତ ଦୁର୍ଘଟଣାର ସମ୍ମୁଖୀନ ହେବେ । କର୍ମକ୍ଷେତ୍ରରେ କିଛି ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିବାକୁ ପଡିପାରେ ।

ବିଛା ରାଶି: ଆଜି ନୂତନ କାମରେ ପ୍ରତିବନ୍ଧକ ଦେଖାଦେବ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ହଠାତ ପଡୋଶୀ ସହ କୌଣସି ବାଦବିବାଦରେ ପଡିଯିବେ । ଜମିଜମା କିଣାର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ । ବେପାରରେ ଅଗ୍ରଗତି ହେବ । ପରିବାରରେ ସନ୍ତାନଙ୍କ ଚିନ୍ତା ସମସ୍ୟାର କାରଣ ହେବ ।

ଧନୁ ରାଶି: ଆଜି ମାନସିକ ଶାନ୍ତି ରହିବ ସଂଗେ ଆର୍ଥିକ ଉନ୍ନତି ଦେଖା ଦେବ । ଶତ୍ରୁମାନଙ୍କର ଅବସାନ ଦେଖାଦେବ । ମଧ୍ୟସ୍ଥତା କରନ୍ତୁ ନାହିଁ; ଅସୁବିଧାରେ ପଡିଯିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦରୁ ଦୁରେଇ ରୁହନ୍ତୁ । ବ୍ୟାପାରରେ ସୁଫଳ ମିଳିବ । ପାରିବାରିକ ଜୀବନ ସୁଖରେ କାଟିବେ ।

ମକର ରାଶି: ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଭବିଷ୍ୟତ ପାଇଁ କିଛି ଗୁରୁତ୍ୱପୂର୍ଣ ନିର୍ଣ୍ଣୟ  ନେଇପାରନ୍ତି । ପୂର୍ବରୁ ଉପୁଜିଥିବା ବିବାଦର ସମାଧାନ ହେବ । କାର୍ଯ୍ୟକ୍ଷେତ୍ରରେ ଆଜି ଅଧିକ ପରିଶ୍ରମ କରି ଥକ୍କା ଅନୁଭୂତ କରିବେ । ବ୍ୟାପାରରେ ଦେଖିଚାହିଁ ନୂତନ ଚୁକ୍ତି କରନ୍ତୁ; ନଚେତ ଅସୁବିଧାରେ ପଡିଯିବେ ।

କୁମ୍ଭ ରାଶି: ଆଜି ପୂର୍ବରୁ ଅର୍ଜିତ ଅନୁଭୂତି କାର୍ଯ୍ୟରେ ଲାଗିବ । ପ୍ରିୟବନ୍ଧୁ ସହ ସମ୍ପର୍କ ଭଲ ରହିବା ସହ ମନୋରଞ୍ଜନରେ ସମୟ ବିତିବ । କୀର୍ତ୍ତିବାନ ହେବେ । କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହେବେ । ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ ।

ମୀନ ରାଶି: ଆଜି କଠିନ ପରିଶ୍ରମରୁ ଶାରୀରିକ ପୀଡ଼ା ଦେଖାଦେବ । ଆର୍ଥିକ ଅବନତିରୁ ମ୍ରିୟମାଣ ରହିବେ । ଅସାବଧାନତାରୁ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହବାର ଯୋଗ ରହିଛି । କାର୍ଯ୍ୟାଳୟରେ ନିଜ ଉଚପଦସ୍ଥଅଧିକାରୀଙ୍କ ଠାରୁ ନିନ୍ଦା ଶୁଣିବାକୁ ମିଳିପାରେ । ବେପାର କ୍ଷେତ୍ରରେ ଅର୍ଥଲାଭର ସୁଯୋଗ ରହିଛି ।

Share this story

World Odia Language Conferene