ମାମଲା ରଫାଦଫା କରିବା ପାଇଁ ୫୦ହଜାର ଲାଞ୍ଚ ନେଇ ଗିରଫ ହେଲେ ଜଟଣୀ ଥାନା ଅଧିକାରୀ, କୋର୍ଟ ଚାଲାଣ ବେଳେ ପ୍ରବଳ ବିରୋଧ

ମାମଲା ରଫାଦଫା କରିବା ପାଇଁ ୫୦ହଜାର ଲାଞ୍ଚ ନେଇ ଗିରଫ ହେଲେ ଜଟଣୀ ଥାନା ଅଧିକାରୀ, କୋର୍ଟ ଚାଲାଣ ବେଳେ ପ୍ରବଳ ବିରୋଧ
ମାମଲା ରଫାଦଫା କରିବା ପାଇଁ ୫୦ହଜାର ଲାଞ୍ଚ ନେଇ ଗିରଫ ହେଲେ ଜଟଣୀ ଥାନା ଅଧିକାରୀ, କୋର୍ଟ ଚାଲାଣ ବେଳେ ପ୍ରବଳ ବିରୋଧ
ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ଜଟଣୀ ଥାନା ଅଧିକାରୀ ଲାଞ୍ଚ ନେବା ଘଟଣା ପୁରା ରାଜଧାନୀବାସୀଙ୍କୁ ବିରକ୍ତ ଭାବର ଖୋରାକ ଯୋଗାଇଛି । ଖବର ପ୍ରଘଟ ହେବା ମାତ୍ରେ ଚାରିଆଡ଼େ ବିରୋଧର ବାତାବରଣ ଉପୁଜିଛି । ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଥାନା ଲାଞ୍ଚୁଆ ଥାନା ଅଧିକାରୀଙ୍କ ଏହି ମନ୍ଦ କାମକୁ ଛି ଛି କରିଛନ୍ତି । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି ।
ଲାଞ୍ଚ ନେବା ବେଳେ ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୋମବାର ଦିନ ରାତି ୮ଟା ବେଳେ ଭିଜିଲାନ୍ସର ଦୁଇଜଣିଆ ଟିମ ଶ୍ରୀ ମହାନ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଥାନା ଅଧିକାରୀ କେନ୍ଦ୍ରାପଡାରେ ଥିବା ସମୟରେ ଟିଟୋକୁ ସଂପୂର୍ଣ୍ଣ ସହାୟତା କରୁଥିଲେ ବୋଲି ଜଣାପଡିଛି । ଥାନା ଅଧିକାରୀଙ୍କ ଛତ୍ରଛାୟା ତଳେ ଟିଟୋ ତାର ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା । ଶ୍ରୀ ମହାନ୍ତି ଗିରଫ ହେବା ପରେ ଲକ୍ଷ ଲକ୍ଷ ଟଙ୍କାର କଳାଧନକୁ ଭିଜିଲାନ୍ସ ଖୋଳତାଡ କରିବ ବୋଲି ସୂଚନା ଦେଇଛି ।
ଅନ୍ୟପଟରେ ଥାନା ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି । ମଙ୍ଗଳବାର ଶ୍ରୀ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ହେଲେ ସ୍ଥାନୀୟ କୋର୍ଟରେ ମଧ୍ୟ ଥାନା ଅଧିକାରୀଙ୍କୁ ଟଣାଓଟରା ଉଦ୍ୟମ କରିଥିବା ଦେଖାଯାଇଥିଲା । ଖାଲି ଏତିକି ନୁହେଁ ଥାନା ଅଧିକାରୀଙ୍କୁ ଘେରିଥିଲେ ଶତାଧିକ ଆଇନଜୀବୀ । ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଅଭିଯୁକ୍ତ ପୁଲିସ ବାବୁଙ୍କୁ କୋର୍ଟ ରୁମରୁ ବାହାରକୁ ଯିବା ପାଇଁ ଦେଇନଥିଲେ । ଜଗତସିଂହପୁର ଓ ଜଟଣୀରେ କାର୍ଯ୍ୟରତ ଥିବା ସମୟରେ ଆଇନଜୀବୀଙ୍କୁ ଥାନା ଅଧିକାରୀ ଶ୍ରୀ ମହାନ୍ତି ଦୁର୍ବ୍ୟବହାର କରିବା ସହ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ତାଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ)କୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଜଟଣୀ ଥାନା କୁଦିଆରୀ ଗ୍ରାମର ସୁମିତ ମଙ୍ଗରାଜ ବିଭିନ୍ନ ଅପରାଧୀକ ମାମଲାରେ ବହୁ ଥର ଜେଲ ଯାଇଥିଲେ । କିଛି ଦିନ ତଳେ ଏକ ଗଣ୍ଡଗୋଳ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ହୋଇଥିଲା । ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତି ସୁମିତକୁ ଥାନାକୁ ଡାକି ବୁଝାସୁଝା କରିବା ସହ ୫୦ ହଜାର ଟଙ୍କା ଦେବା ପାଇଁ ଲାଞ୍ଚ ମାଗିଥିଲେ । ସୁମିତ ଟଙ୍କା ଦେବାରେ ବିଳମ୍ବ କରିବାରୁ ତାକୁ ଥାନାକୁ ଡାକି ଥାନା ଅଧିକାରୀ ଧମକଚମକ ଦେବା ସହ ଟଙ୍କା ନ ଦେଲେ ତା’ ନାଁରେ ୱାଣ୍ଟେଡ ତାଲିକାରେ ବୁକ କରିବେ ବୋଲି ଚେତାବନୀ ଦେଇଥିଲେ ।
କୌଣସି ଉପାୟ ନପାଇ ସୁମିତ ଚତୁରତାର ସହ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଗତକାଲି ରାତିରେ ଟଙ୍କା ଦେବାକୁ ସୁମିତ ଥାନାକୁ ଆସିଥିବା ବେଳେ ଥାନା ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ଯାଞ୍ଚ ବେଳେ ଭିଜିଲାନ୍ସ ୫ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ଆହୁରି ଛାନଭିନ ଜାରି ରହିଥିବା ଜଣାପଡିଛି ।

Share this story

World Odia Language Conferene