ମା’ଙ୍କ ସହ ପାଟିତୁଣ୍ଡ, ପରେ ମୁଣ୍ଡକୁ ପିତ ଚଢିବାରୁ ନିଜକୁ ଗୁଳି କଲେ ଯୁବକ

ମା’ଙ୍କ ସହ ପାଟିତୁଣ୍ଡ, ପରେ ମୁଣ୍ଡକୁ ପିତ ଚଢିବାରୁ ନିଜକୁ ଗୁଳି କଲେ ଯୁବକ
ମା’ଙ୍କ ସହ ପାଟିତୁଣ୍ଡ, ପରେ ମୁଣ୍ଡକୁ ପିତ ଚଢିବାରୁ ନିଜକୁ ଗୁଳି କଲେ ଯୁବକ

ବରଗଡ: ବରଗଡ ଜିଲ୍ଲାରେ ଆଜି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପ୍ରଥମେ ମାଙ୍କ ସହ ପାଟିତୁଣ୍ଡ ଓ ପରେ ମୁଣ୍ଡକୁ ପିତ ଚଢିବାରୁ ଯୁବକ ଜଣକ ଗୁଳି କରି ନିଜ ଜୀବନ ନେଇଛନ୍ତି । ଘଟଣାଟି ଘଟିଛି ଅମ୍ବା ଥାନା ଅଧିନ କଲମୀ ଗାଁରେ । ଖବର ପାଇ ପୋଲିସ ଘଟଣାକୁ ଆତ୍ମହତ୍ୟା ରୁପ ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମୃତ ଯୁବକ ଜଣକ ହେଲେ ରାକେଶ ବେହେରା (୨୪) । ସେ ଡ୍ରାଇଭର ଭାବେ କାମ କରୁୁଥିବା ବେଳେ ନିଜ ମାମୁଁ ଘର କଲମୀ ଗାଁରେ ମାଙ୍କ ସହିତ ରହୁଥିଲେ ।

ମିଳିଥିବା ସୂଚନା ଅନୁ୍ଯାୟୀ ଗତକାଲି ରାତିି ପ୍ରାୟ ୯ଟା ବେଳେ ରାକେଶ ତାଙ୍କ ସାଙ୍ଗ ସହିତ ଘରକୁ ଯାଇଥିଲେ । ସେଠାରେ ରାକେଶ କୌଣସି ଏକ କଥାକୁ ନେଇ ମା’ଙ୍କ ସହ ପାଟିତୁଣ୍ଡ କରିଥିଲେ । ଏଥିରେ ରାକେଶ ରାଗିଯାଇ ନିଜ ମୁଣ୍ଡରେ ପିସ୍ତଲ ଲଗାଇ ଗୁଳି ଫୁଟାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରୁ ପୋଲିସ ଗୋଟିଏ ଜୀବନ୍ତ ଗୁଳି ଜବତ କରିଥିବା ସୂଚନା ମିଳିଛି ।

ଅନ୍ୟପଟରେ ପଚରାଉଚରା ବେଳେ ରାକେଶଙ୍କ ସାଙ୍ଗ କହିଛନ୍ତି ଯେ, ସେ ଖରାପ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କ ମା’ ତାଙ୍କୁ ତାଗିଦ୍ କରିଥିଲେ । ଏଥିରେ ରାଗିଯାଇ ସେ ନିଜ ଜୀବନ ନେଇଥିଲେ ।

Share this story

World Odia Language Conferene