ମହିଳାଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ରସିକିଆ ନାବାଳକ ଗିରଫ

ମହିଳାଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ରସିକିଆ ନାବାଳକ ଗିରଫ
ମହିଳାଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ରସିକିଆ ନାବାଳକ ଗିରଫ

ତେଲେଙ୍ଗାନା: ଜଣେ ମହିଳା ଗାଧୋଉଥିବା ବେଳେ ଏହି ସମୟରେ ଭିଡ଼ିଓ ସୁଟିଂ କରି ଭାଇରାଲ କରିବା ଘଟଣା ଏବେ ତେଲେଙ୍ଗାନା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଏତିକି ନୁହେଁ ସମ୍ପୂର୍ଣ୍ଣ ଦୃଶ୍ୟକୁ ସାଙ୍ଗମାନଙ୍କ ଭିତରେ ଭାଇରାଲ କରି ବନ୍ଧା ହୋଇଛନ୍ତି ଜଣେ ୧୭ ବର୍ଷିଅ ରସିକିଆ ନାବାଳକ ।

ଚାତ୍ରିଙ୍କା ପୁଲିସ୍ ଷ୍ଟେସନ୍ ରେ ଅଭିଯୋଗ ହୋଇଥିଲା ଯେ ମହିଳାଙ୍କ ଗାଧୋଉଥିବା ଭିଡ଼ିଓକୁ ନିଜ ସାଙ୍ଗମାନଙ୍କ ମଧ୍ୟରେ ବାଣ୍ଟିଛି ନାବାଳକ ଜଣଙ୍କ । ଏହି ରସିକିଆ ପିଲାଟି ଦଶମ ଶ୍ରେଣୀରେ ପଢ଼େ ।

ଅଭିଯୋଗ ଅନୁସାରେ, ୨୮ ବର୍ଷୀୟା ମହିଳା ତାଙ୍କ ଗାଧୁଆଘର ଭିତରେ ଗାଧଉଥିଲେ । ମହିଳା ଜଣକ ଗାଧଉଥିବା ବେଳେ ତାଙ୍କ ପଡ଼ିଶା ଘରେ ରହୁଥିିବା ୧୭ ବର୍ଷିଅ ବାଳକ ଜଣକ ସେ ସମୟରେ ଭିଡିଓ ରେକର୍ଡିଂ କରିଥିଲା । ସେହି ଭିଡିଓ କରିବା ପରେ ନାବାଳିକ ଜଣକ ତାହାକୁ ନିଜ ସାଙ୍ଗମାନଙ୍କ ଭିତରେ ବି ବାଣ୍ଟିଥିଲା ।

ନାବାଳକ ବିରୋଧରେ ଅଭିଯୋଗ ଆସିବା ପରେ ତାକୁ ନ୍ୟାୟିକ ହେପାଜତରେ ନିଆଯାଇଛି । ନାବାଳକ ଓ ତା’ ସାଙ୍ଗମାନଙ୍କ ମୋବାଇଲ୍‌ରୁ ଭିଡିଓଟିକୁ ଡିଲିଟ୍‌ କରି ଦିଆଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Share this story

World Odia Language Conferene