ମହାରାଷ୍ଟ୍ରରେ ପୋଲିସ ଗାଡି ଉଡାଇଲେ ନକ୍ସଲ, ୧୫ ଯବାନ ସହିଦ

ମହାରାଷ୍ଟ୍ରରେ ପୋଲିସ ଗାଡି ଉଡାଇଲେ ନକ୍ସଲ, ୧୫ ଯବାନ ସହିଦ
ମହାରାଷ୍ଟ୍ରରେ ପୋଲିସ ଗାଡି ଉଡାଇଲେ ନକ୍ସଲ, ୧୫ ଯବାନ ସହିଦ

ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡ଼ଚିରୋଲିରେ ନକ୍ସଲମାନଙ୍କ ଦ୍ୱାରା ଘଟିଥିବା ଏକ ବଡ଼ ଧରଣର ବିସ୍ପୋରଣରେ ୧୫ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ଛତିଶଗଡ଼ ସୀମାବର୍ତୀ ଏହି ନକ୍ସଲ ପ୍ରବଣ ଅଂଚଳରେ ଇପ୍ରୋଭାଇଜଡ଼ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଯୋଗେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମୃତ ଯବାନମାନେ ଗଡ଼ଚିରୋଲି ପୋଲିସର ନକ୍ସଲ ବିରୋଧୀ ବାହିନୀ ସି-୬୦ କମାଣ୍ଡୋ ଅଧୀନରେ କାର୍ୟ୍ଯ କରୁଥିଲେ ଏବଂ ପେଟ୍ରୋଲିଂ ସମୟରେ ଏହି ବିସ୍ପୋରଣ ଘଟିଥିଲା ବୋଲି ସ୍ପଷ୍ଟ କରାଯାଇଛି ।

ଖାଲି ଏତିକି ନୁହେଁ ଆଜି ସକାଳେ ଗଡ଼ଚିରୋଲି ଜିଲ୍ଲାର କୁରଖେଡ଼ ଜିଲ୍ଲାରେ ନକ୍ସଲମାନେ ସଡକ ନିର୍ମାଣରେ ନିୟୋଜିତ ରାସ୍ତା କଡରେ ଥିବା ୨୭ଟି ଗାଡି ଓ ମେସିନକୁ କିରୋସିନ ଓ ଡିଜେଲ ଢାଳି ପୋଡି ଦେଇଥିଲେ ।

ଏପ୍ରିଲ ୧୧ ତାରିଖରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଏକ ପୋଲିଂ ବୁଥ ନିକଟରେ ଏଭଳି ବିସ୍ପୋରଣ ଘଟିଥିଲା କିନ୍ତୁ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିଲା ।

Share this story

World Odia Language Conferene