ମହାରଥୀ ବାହିନୀର ଗୁଣ୍ଡାରାଜ, ପୋଲିସକୁ ଅଟକାଇଲେ

ମହାରଥୀ ବାହିନୀର ଗୁଣ୍ଡାରାଜ, ପୋଲିସକୁ ଅଟକାଇଲେ
ମହାରଥୀ ବାହିନୀର ଗୁଣ୍ଡାରାଜ, ପୋଲିସକୁ ଅଟକାଇଲେ

ଭୁବନେଶ୍ୱର/ପୁରୀ: ଧମକ ଦେଇ ଗଣତନ୍ତ୍ରର ରକ୍ଷାକାରୀଙ୍କୁ ମାଡ଼ମାରି ଲହୁ ଲୁହାଣ କରିବା ପରେ ହୀନ ରାଜନୀତି ଛାଡ଼ିନାହାନ୍ତି ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଓ ତାଙ୍କ ସମର୍ଥକ ।

ପିପିଲି ପୋଲିସ ଦ୍ୱାରା ଗିରଫ ହେବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ମହାରଥୀଙ୍କୁ ଯେତେବେଳେ କୋର୍ଟ ନିଆଯାଉଥିଲା ସେତେବେଳେ ମହାରଥୀଙ୍କ ଶହ ଶହ ସମର୍ଥକ ଗୁଣ୍ଡାରାଜ ଆରମ୍ଭ କରିଦେଇଥିଲେ । ଗଣମାଧ୍ୟମର ଭିଡ଼ ଦେଖି ମଧ୍ୟ ପ୍ରଦୀପଙ୍କ ଗୁଣ୍ଡାମାନେ ପୋଲିସ ଭ୍ୟାନକୁ ଅଟକାଇଥିଲେ କୋର୍ଟ ଯିବାକୁ ଦେଇନଥିଲେ ।

ରାଜନେତା ପ୍ରଦୀପ ମହାରଥୀ ନୀତି ଆଦର୍ଶ କଥା ଭୁଲିଯାଇଥିଲେ । ପୋଲିସକୁ ନିଜ କାମ କରିବାକୁ ସୁଯୋଗ ନଦେଇ ନିଜ ଗୁଣ୍ଡାମାନଙ୍କୁ ଲଗାଇ ଆଇନର ବାଟ ଓଗାଳିଥିଲେ । ଆଉ ଏହା ହିଁ ପରବର୍ତ୍ତୀ ସମୟରେ ମହାରଥୀଙ୍କୁ ମହାବିବାଦ ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Share this story

World Odia Language Conferene