ଭଡାରେ ଥିବା ଝିଅମାନଙ୍କ ବାଥରୁମରେ କ୍ୟାମେରା ଲଗାଇ ଦେଲା ଘର ମାଲିକ, ତା ପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଭଡାରେ ଥିବା ଝିଅମାନଙ୍କ ବାଥରୁମରେ କ୍ୟାମେରା ଲଗାଇ ଦେଲା ଘର ମାଲିକ, ତା ପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ
ଭଡାରେ ଥିବା ଝିଅମାନଙ୍କ ବାଥରୁମରେ କ୍ୟାମେରା ଲଗାଇ ଦେଲା ଘର ମାଲିକ, ତା ପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଯେତେବେଳେ ବି ଆପଣ ଭଡା ଘର ନେବାକୁ ଯାଉଛନ୍ତି ତେବେ ଭଲ ଭାବରେ ପୁରା ଘରକୁ ଯାଞ୍ଚ କରି ନିଅନ୍ତୁ । କାରଣ ଏହା ବି ହୋଇପାରେ ଆପଣଙ୍କର ଜାସୁସି ପାଇଁ ଘରେ କୌଣସି ସ୍ପାଇ କ୍ୟାମେରା ଲଗା ଯାଇଥିବ । ଏମିତି ହିଁ ଏକ ଆଶ୍ଚର୍ଯ୍ୟକର ମାମଲା ଗୁଜୁରାଟର ଅହମଦାବାଦରୁ ସାମ୍ନାକୁ ଆସିଛି । ଯେଉଁଠି ଭଡା ନେଇଥିବା ମହିଳାଙ୍କ ବାଥରୁମରେ ଘର ମାଲିକ ହିଡେନ କ୍ୟାମେରା ଲଗାଇ ଥିଲା । ଏହା ପରେ କଣ ହେଲା ଚାଲନ୍ତୁ ଜାଣିବା ।

ବାଥରୁମରେ ସ୍ପାଇ କ୍ୟାମେରା

ଗୁଜୁରାଟର ଅହମଦାବାଦର ନ୍ୟୁ ସୀଜୀ ରୋଡ ସ୍ଥିତ ଏକ ସ୍କୂଲ ଟିଚର ନିଜ ଘର ମାଲିକ ବିରୁଦ୍ଧରେ କେସ କରିଛି । କହିବାକୁ ଗଲେ ଦିବ୍ୟା (ନାମ ପରିବର୍ତ୍ତନ) ନାମକ ଏକ ସ୍କୁଲ ଟିଚର ଦୁଇ ସପ୍ତାହ ପୂର୍ବେ ନିଜର ଏକ ସାଥି ଅଧ୍ୟାପକ ସହ ମୋଟେରା ରୋଡ ସ୍ଥିତ ଏକ ଘରେ ଭଡା ରହିବା ପାଇଁ ଯାଇଥିଲା । ଏହା ପରେ ସେହି ଯୁବତୀକୁ ଯେତେବେଳେ ଜଣା ପଡିଲା କି ତାର ଘର ମାଲିକ ତାର ବାଥରୁମରେ କ୍ୟାମେରା ଲଗାଇଛି ତେବେ ତାହାର ହୋସ ଉଡିଗଲା ।

ଗିରଫ୍ ହେଲା ଘର ମାଲିକ: ଚାନ୍ଦଖେଡା ପୋଲିସ ସ୍ପାଇ କ୍ୟାମେରାକୁ ଧରି ଘର ମାଲିକ ରମେଶ ଗୋସାଈକୁ ଗିରଫ୍ କରି ନେଇଛି । ଅହମଦାବାଦରେ ମୋଟେରା ରୋଡ ସ୍ଥିତ ମୈତ୍ରେୟୀ ଅପାର୍ଟମେଂଟରେ ରହୁଥିବା ୫୬ ବର୍ଷର ରମେଶ ଜଣେ ଇଞ୍ଜିନିୟର ଅଟନ୍ତି ।

କେମିତି ଜଣା ପଡିଲା ସ୍ପାଇ କ୍ୟାମେରା ବିଷୟରେ ?

କିଛି ଦିନ ସେହି ଭଡା ଘରେ ରହିବା ପରେ ସେହି ମହିଳାଙ୍କ ବାଥରୁମର ସାୱାରରେ ସମସ୍ୟା ଦେଖା ଦେଲା । ଏହା ପରେ ସେମାନେ ଏହାକୁ ଠିକ କରାଇଲେ । କିନ୍ତୁ ପୁଣି କିଛି ଦିନ ପରେ ତାହା ପୁଣି ଥରେ ଖରାପ ହୋଇଗଲା । ଏଥର ସେମାନେ ଘର ମାଲିକକୁ କହିଲେ, ଯାହା ପରେ ଘର ମାଲିକ ବୁଧବାର ଦିନ ସକାଳ ୯.୩୦ରେ ମିସ୍ତ୍ରୀକୁ ଡାକି ତାକୁ ଠିକ କରାଇଲା । ସାୱାର ଠିକ ହେବା ପରେ ଦିବ୍ୟା ସାୱାରକୁ ଚେକ କରିଲା ତେବେ ତାକୁ ଏକ ସ୍ପାଇ କ୍ୟାମେରା ମିଳିଲା । ଏହା ପରେ ସେ ସଙ୍ଗେ ସଙ୍ଗେ ପୋଲିସ ଷ୍ଟେସନ ଯାଇ ନିଜ ଘର ମାଲିକ ବିରୁଦ୍ଧରେ କେସ କରିଲା ।

ଆରୋପି ସ୍ଵୀକାର କରିଲା ନିଜର ଦୋଷ: ଆରୋପି ରମେଶ ନିଜର ଦୋଷକୁ ସ୍ଵୀକାର କରିନେଲା ଓ ପୋଲିସ ସାମ୍ନାରେ କହିଲା କି ସେ ହିଁ ସେହି ସ୍ପାଇ କ୍ୟାମେରା ଲଗାଇଛି ବୋଲି । ଏହା ପରେ ପୋଲିସ କହିଲା କି ପ୍ରାଥମିକ ଯାଞ୍ଚରେ କ୍ୟାମେରାରୁ କୌଣସି ବି ରେକର୍ଡିଂ ଭିଡିଓ ମିଳି ନାହିଁ । କିନ୍ତୁ ଏହି ମାମଲାର ଆଗକୁ ଯାଞ୍ଚ କରାଯିବ ।

Share this story

World Odia Language Conferene