ବିନା ସେକ୍ସରେ କିଭଳି କଟିବ ୧୦୦ ଦିନ ? ବିଗବସ ର ନିର୍ଦ୍ଦେଶକଙ୍କ ଏଭଳି ପ୍ରଶ୍ନର କ’ଣ ଉତ୍ତର ଦେଲେ ଅଭିନେତ୍ରୀ, ପଢନ୍ତୁ

ବିନା ସେକ୍ସରେ କିଭଳି କଟିବ ୧୦୦ ଦିନ ? ବିଗବସ ର ନିର୍ଦ୍ଦେଶକଙ୍କ ଏଭଳି ପ୍ରଶ୍ନର କ’ଣ ଉତ୍ତର ଦେଲେ ଅଭିନେତ୍ରୀ, ପଢନ୍ତୁ
ବିନା ସେକ୍ସରେ କିଭଳି କଟିବ ୧୦୦ ଦିନ ? ବିଗବସ ର ନିର୍ଦ୍ଦେଶକଙ୍କ ଏଭଳି ପ୍ରଶ୍ନର କ’ଣ ଉତ୍ତର ଦେଲେ ଅଭିନେତ୍ରୀ, ପଢନ୍ତୁ

ତେଲଗୁ ବିଗବସ୍-ଥ୍ରୀ ଆରମ୍ଭ ହେବା ପୂର୍ବରୁ ହିଁ ବିବାଦରେ ଫସିଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଏକ ତେଲଗୁ ଏଣ୍ଟରଟେନମେଣ୍ଟ ଚାନେଲର ୪ ଜଣ ସଂଯୋଜକଙ୍କ ବିରୋଧରେ ଜନୈକା ଅଭିନେତ୍ରୀ ହାଇଦ୍ରାବାଦର ରାୟଦୁର୍ଗମ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ ତେଲଗୁ ବିଗବସ୍-୩ର ଆୟୋଜକଙ୍କ ବିରୋଧରେ ଠକେଇ ଓ ଆପତ୍ତିଜନକ ପ୍ରଶ୍ନ କରି ସ୍ୱାଭିମାନକୁ ଆହତ କରିବା ଆଦି ଅଭିଯୋଗ ଆଣିଛନ୍ତି । ଆଉ କେହି ନୁହଁନ୍ତି ଏହି ଅଭିଯୋଗ କରିଛନ୍ତି ଟଲିଉଡ୍ ନାୟିକା ଗାୟତ୍ରୀ ଗୁପ୍ତା ।

ବିଗବସ୍ ଟିମ ସଦସ୍ୟଙ୍କ ବିରୋଧରେ ଅଶ୍ଲୀଳ କଥାବାର୍ତ୍ତା ନେଇ ଗାୟତ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିବା ବେଳେ  ମୁମ୍ବାଇ ସୋ’ର କୋ-ଅର୍ଡିନେଟର ତାଙ୍କୁ ବିନା ସେକ୍ସରେ ଶହେ ଦିନ କପରି କଟାଇବ ବୋଲି ପ୍ରଶ୍ନ କରିଥିବା ଗାୟତ୍ରୀ ଅଭିଯୋଗରେ ଦର୍ଶାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଗ୍ ବସ୍ ସିଜିନ ୩ ପାଇଁ ତାଙ୍କୁ ପ୍ରଥମେ ଅନୁବନ୍ଧ କରାଯାଇଥିଲା । ତେବେ ପରେ ଏଥିପାଇଁ ତାଙ୍କର ଚୟନ ହୋଇନଥିବା ଆୟୋଜକ କହିଥଲେ ବୋଲି ଗାୟତ୍ରୀ ପୋଲିସ ଏତଲାରେ ଦର୍ଶାଇଛନ୍ତି ।

ଗାୟତ୍ରୀଙ୍କୁ ଏହି ସିଜିନରେ କେବଳ ଜଣେ ପ୍ରତିଯୋଗୀ ଭାବେ ସାମିଲ କରାଯିବ ବୋଲି କୁହା ଗଲା । ତେବେ ହୋଇ ଥିବା ଅନୁବନ୍ଧ ନେଇ ପ୍ରଶ୍ନ କରିବାରୁ ଯଦି ତାଙ୍କୁ ସିଜିନ-୩ ନିମନ୍ତେ ସିଲେକ୍ଟ କରିଦିଆଯାଏ ବିଗବସ୍ ଙ୍କୁ କିପରି ସନ୍ତୁଷ୍ଟ କରିବେ ବୋଲି ପଚରା ଯାଇଥିଲା । ଏହାର ସେ ଆଉ କଣ ଜବାବ ଦେଇଥାନ୍ତେ ବୋଲି ଓଲଟି ଗାୟତ୍ରୀ ପ୍ରଶ୍ନ କରିଛନ୍ତି । ଏଣୁ ବିଗବସ୍ ନାମରେ ଟେଲିଭିଜନ କଳାକାରଙ୍କୁ ଏହା ଏକ ଶୋଷଣ ବୋଲି ଅଭିଯୋଗରେ ଗାୟତ୍ରୀ ଉଲ୍ଲେଖ କରିଥିବା ବେଳେ ପୋଲିସ ଏବେ ମାମଲାର ତଦନ୍ତ କରୁଛି ।   

Share this story

World Odia Language Conferene