ବିଜେଡିରୁ ଚନ୍ଦ୍ରଶେଖର, ସିଦ୍ଧାନ୍ତଙ୍କ ଭେଳା ବୁଡ଼ିଲା

ବିଜେଡିରୁ ଚନ୍ଦ୍ରଶେଖର, ସିଦ୍ଧାନ୍ତଙ୍କ ଭେଳା ବୁଡ଼ିଲା
ବିଜେଡିରୁ ଚନ୍ଦ୍ରଶେଖର, ସିଦ୍ଧାନ୍ତଙ୍କ ଭେଳା ବୁଡ଼ିଲା

ଭୁବନେଶ୍ୱର: ଶେଷରେ ବିଜେଡି ସାଂସଦ ତଥା ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର ବିଜୁ ଜନତା ଦଳ ଛାଡ଼ିବେ । ଖୁବଶୀଘ୍ର ସେ ବିଜେପି ରେ ଯୋଗଦେବେ । ଏ ନେଇ ଆଜି ସିଦ୍ଧାନ୍ତ ଙ୍କ ସହ ଧର୍ମେନ୍ଦ୍ର ଙ୍କ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ୩ ଦିନ ମଧ୍ୟରେ ସେ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେବେ ।

ଆସନ୍ତା ନିର୍ବାଚନରେ ବିଜେଡି ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରିବ ନାହିଁ ବୋଲି ଅନେକ ଦିନ ହେଲା ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଥିଲା । ବିଜେଡି ଯେତେବେଳେ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳରେ ସାମିଲ କଲା ସେବେଠାରୁ ସିଦ୍ଧାନ୍ତଙ୍କ ସ୍ଥିତି ଦଳରେ ଟଳମଳ ହେବାକୁ ଲାଗିଥିଲା । ଆସନ୍ତା ନିର୍ବାଚନରେ ସିଦ୍ଧାନ୍ତଙ୍କ ବଦଳରେ ନୂଆ ପ୍ରାର୍ଥୀ ଦେବା ଲକ୍ଷ୍ୟ ରଖି ଦଳ ଚନ୍ଦ୍ରଶେଖରଙ୍କୁ ଆଣି ମିଶାଇଛି । ବ୍ରହ୍ମପୁର ଲୋକସଭା ଆସନରେ ଚନ୍ଦ୍ରଶେଖରଙ୍କ ପ୍ରଭାବ ରହିଛି । ଏଣୁ ସିଦ୍ଧାନ୍ତଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଗଲେ ଦଳର ବିଜୟ ସମ୍ଭାବନା ଅଧିକ ରହିଛି । ଏଣୁ ଚନ୍ଦ୍ରଶେଖରଙ୍କୁ ଆଣି ଦଳରେ ମିଶାଇବା ପରେ ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ ଆଉ ଦଳ କରିବ ନାହିଁ ଏହା ସ୍ପଷ୍ଟ ହୋଇଯାଇଛି ।

ଏବେ ଯେତେବେଳେ ନିର୍ବାଚନ ନିକଟତର ହୋଇଛି ଓ ଦଳ ତାଲିକା ପ୍ରସ୍ତୁତ କରୁଛି ସେ ସମୟରେ ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ ନ କରିବା କଥା ଅଧିକ ସ୍ପଷ୍ଟ ହେବାରେ ଲାଗିଛି । ବିଜେପି ନେତାମାନେ ବି ଏଭଳି ଆଭାସ ପାଇ ସିଦ୍ଧାନ୍ତଙ୍କୁ ନେବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ସିଦ୍ଧାନ୍ତ ଏପର୍ଯ୍ୟନ୍ତ ବିଜେଡିରୁ ଇସ୍ତଫା ଦେଇନଥିବାରୁ ତାଙ୍କ ନିଷ୍ପତ୍ତି ଉପରେ ସଭିଙ୍କ ନଜର ରହିଛି । ଅନ୍ୟପକ୍ଷରେ ସିଦ୍ଧାନ୍ତ ଗତ ୫ ବର୍ଷରେ ସେପରି ଲୋକାଭିମୁଖୀ କାର୍ଯ୍ୟ ନିଜ ଅଞ୍ଚଳରେ କରିନଥିବାରୁ ଜନସାଧାରଣ ମଧ୍ୟ ତାଙ୍କ ପ୍ରତି ବିମୁଖ ଥିବା ସୂଚନା ହସ୍ତଗତ ହୋଇଛି । ତେବେ ଦେଖିବାକୁ ବାକି ରହିଲା କୋଉ ପାଣି କୁଆଡ଼ିକୁ ବୋହୁଛି ।

Share this story

World Odia Language Conferene