ବଲିଉଡ୍‌ ମୁଭି ‘ ପିଏମ୍‌ ନରେନ୍ଦ୍ର ମୋଦି’କୁ ଦିଲ୍ଲୀ ହାଇକୋର୍ଟର ଆଶ୍ୱସ୍ତି

ବଲିଉଡ୍‌ ମୁଭି ‘ ପିଏମ୍‌ ନରେନ୍ଦ୍ର ମୋଦି’କୁ ଦିଲ୍ଲୀ ହାଇକୋର୍ଟର ଆଶ୍ୱସ୍ତି
ବଲିଉଡ୍‌ ମୁଭି ‘ ପିଏମ୍‌ ନରେନ୍ଦ୍ର ମୋଦି’କୁ ଦିଲ୍ଲୀ ହାଇକୋର୍ଟର ଆଶ୍ୱସ୍ତି

ମୁମ୍ବାଇ: ଚର୍ଚ୍ଚିତ ଓ ବହୁ ପ୍ରତିକ୍ଷିତ ବଲିଉଡ୍‌ ମୁଭି ‘ ପିଏମ୍‌ ନରେନ୍ଦ୍ର ମୋଦି’କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି । ଆସନ୍ତା ୫ ତାରିଖରେ ହିଁ ଫିଲ୍ମ ସାରା ଦେଶରେ ରିଲିଜ୍‌ ହେବ । ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ରିଲିଜକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ ପରେ ଏବେ ଫିଲ୍ମର ପ୍ରଯୋଜନା ପାଇଁ କୌଣସି ସମସ୍ୟା ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ବାୟୋପିକ ଆରମ୍ଭରୁ ହିଁ ବିବାଦରେ ରହିଛି । ନିର୍ବାଚନ ସମୟରେ ଫିଲ୍ମ ରିଲିଜ କରିବା ଅର୍ଥ ନିର୍ବାଚନ ଆଚରଣ ସଂହିତାର ଖୋଲାଖୋଲି ଉଲ୍ଲଘଂନ ବୋଲି ଯୁକ୍ତି ବାଢ଼ିଥିଲେ ଆବେଦନକାରୀଙ୍କ ଓକିଲ ।

ଏହା ପୂର୍ବରୁ ନିର୍ବାଚନର ସପ୍ତାହକ ପୂର୍ବରୁ ମୋଦିଙ୍କ ବାୟୋପିକ୍‌ ରିଲିଜ ହେଲେ ଭୋଟରମାନେ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏହାକୁ ଘୁଞ୍ଚାଇବା ପାଇଁ ସେମାନେ ଦାବି କରିଥିଲେ । ମାମଲା ଇସିଙ୍କ ପାଖକୁ ବି ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନିର୍ମାଣ କରିଥିବା ୪ଜଣ ପ୍ରଯୋଜକଙ୍କୁ ନୋଟିସ ଜାରି କରିଥିଲେ ନିର୍ବାଚନ କମିଶନ ।

Share this story

World Odia Language Conferene