ବରମୁଣ୍ଡା ଓଭରବ୍ରିଜ୍ ତଳୁ ମିଳିଲା ଯୁବକଙ୍କ ମୃତଦେହ, ସ୍କୃ ଡ୍ରାଇଭର ଭୁସି ହତ୍ୟା !

ବରମୁଣ୍ଡା ଓଭରବ୍ରିଜ୍ ତଳୁ ମିଳିଲା ଯୁବକଙ୍କ ମୃତଦେହ, ସ୍କୃ ଡ୍ରାଇଭର ଭୁସି ହତ୍ୟା !
ବରମୁଣ୍ଡା ଓଭରବ୍ରିଜ୍ ତଳୁ ମିଳିଲା ଯୁବକଙ୍କ ମୃତଦେହ, ସ୍କୃ ଡ୍ରାଇଭର ଭୁସି ହତ୍ୟା !

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛନ୍ତି କିଛି ଅସମାଜିକ ବ୍ୟକ୍ତି । ରକ୍ତରଞ୍ଜିତ ଅବସ୍ଥାରେ ଯୁବକଙ୍କ ମୃତଦେହକୁ ପୁଲିସ ବରମୁଣ୍ଡା ଓଭରବ୍ରିଜ ତଳୁ ଜବତ କରିଥିବା ସୂଚନା ମଳିଛି । ମୃତ ଯୁବକ ଜଣଙ୍କ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ତପୋବନ ବସ୍ତିର ଶିବ ଶଙ୍କର ଗଉଡ (୧୯) । ତାଙ୍କୁ ସ୍କୃ ଡ୍ରାଇଭରରେ ଭୁସି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।

ଏହି ଘଟଣାରେ ଦୁର୍ବୁତ୍ତମାନେ ମୃତ୍ୟୁବରଣ କରିଥିବା ଯୁବକଙ୍କ ସାଙ୍ଗ ଲିଙ୍ଗରାଜ ରେଡ୍ଡିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତା କାରଣରୁ ଶିବଙ୍କୁ ମାରି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି ।

ଶିବ ଗଞ୍ଜାମର ବାସିନ୍ଦା । ଲିଙ୍ଗରାଜ ଓ ଶିବ ଦୁହେଁ ରଙ୍ଗମିସ୍ତ୍ରୀ । କୌଣସି ଏକ କାମ ପାଇଁ ଶିବ ଓ ତାର ସାଥି ଠିକାଦାର ଠାରୁ ପାଉଣା ଆଣିବା ପାଇଁ ଗତକାଲି ରାତିରେ ବାହାରିଥିଲେ । ବରମୁଣ୍ଡା ଓଭରବ୍ରିଜ୍ ସର୍ଭିସ ରୋଡକୁ ଗଡିବା ବେଳେ ତାଙ୍କ ୫-୬ଜଣ ଦୁୁର୍ବୁତ୍ତ ଅଟକାଇଥିଲେ । ପରେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଏହାପରେ ସେମାନେ ଶିବକୁ ରାସ୍ତାକଡ଼ରେ ଥିବା ଏକ ନାଳକୁ ନେଇ ତାଙ୍କ ପେଟରେ ସ୍କୃ ଡ୍ରାଇଭର ପୂରାଇ ଦେଇଥିଲେ । ଶିବଙ୍କ ଚିକ୍ରାର ଶୁଣି ଦୁର୍ବୁତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ ।

ଶିବକୁ ବଞ୍ଚାଇବା ପାଇଁ ଲିଙ୍ଗରାଜ ଯାଉଥିବା ଏକ ବସକୁ ଅଟକାଇଥିଲେ । ପରେ ପୁଲିସ ଆସି ସେମାନଙ୍କୁ ଉଦ୍ଧାର କରିଥିଲା । ଦୁହେଁଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଅଧବାଟରେ ଶିବର ମୃତ୍ୟୁ ହୋଇଥିଲା । କିଛି ଦିନ ତଳେ କିଛି ଯୁବକଙ୍କ ସହ ଶିବ ଓ ଲିଙ୍ଗରାଜଙ୍କ ହାତାହାତି ହୋଇଥିବା ପୁଲିସ ଜାଣିବାକୁ ପାଇଛି । ସେହି କାରଣରୁ ଦୁର୍ବୁତ୍ତମାନେ ତାଙ୍କୁ ଆକ୍ରମଣ କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ।

Share this story

World Odia Language Conferene