ଫ୍ୟାନଙ୍କୁ ଦୌଡ଼ାଇଲେ ଧୋନୀ

ଫ୍ୟାନଙ୍କୁ ଦୌଡ଼ାଇଲେ ଧୋନୀ
ଫ୍ୟାନଙ୍କୁ ଦୌଡ଼ାଇଲେ ଧୋନୀ

ନାଗପୁର/ନୂଆଦିଲ୍ଲୀ: ଅବସର ଥିଲା ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ସହ ଭାରତର ଦ୍ୱିତୀୟ ଦିନିକିଆ ମ୍ୟାଚ । ମହାରାଷ୍ଟ୍ରର ନାଗପୁରରେ ଇଣ୍ଡୋ- ଅଷ୍ଟ୍ରେଲିଆର ଦ୍ୱିତୀୟ ଦିନିକିଆରେ ଦର୍ଶକ ଗ୍ୟାଲେରୀରେ ଦର୍ଶକଙ୍କ ଖଚାଖଚ ଭିଡ଼ି ବି ରହିଥିଲା । ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥାଏ କଙ୍ଗାରୁ ଦଳ । ଫିଲ୍ଡିଂ କରୁଥାଏ ମେନ୍ ଇନ୍ ବ୍ଲୁ ଟିମ୍ । ଆଉ ଏହି ସମୟରେ ସୁରକ୍ଷା ବଳ ଭେଦ କରି ପଡ଼ିଆ ଭିତରକୁ ଚାଲି ଆସିଥିଲେ ଧୋନୀଙ୍କ ଜଣେ ପ୍ରଶଂସକ ।

କିନ୍ତୁ ପଡ଼ିଆରେ ଏମିତି କିଛି ବିଚିତ୍ର ଘଟଣା ଘଟିଲା ଯାହାକୁ ଦେଖି ସମସ୍ତ ହସି ହସି ଗଡ଼ି ଯାଇଥିଲେ । ପଡ଼ିଆ ଭିତରକୁ ଚାଲିଆସିଥିବା ଧୋନୀଙ୍କ ଫ୍ୟାନ ଧୋନୀଙ୍କୁ ଆଲିଙ୍ଗନ କରିବାକୁ ଚାହିଁଥିଲେ । ହେଲେ ଧୋନୀ କିନ୍ତୁ ଧରା ଦେଇନଥିଲେ ପଡ଼ିଆରେ ଖୁବ୍ ଦୌଡ଼ିଥିଲେ । ଆଉ ନିଜ ଫ୍ୟାନଙ୍କୁ ପ୍ରବଳ ଦୌଡ଼ାଇ ଥିଲେ ବି ।

ପରେ ଅବଶ୍ୟ ଫ୍ୟାନଙ୍କୁ କୋଳାଗ୍ରତ କରିଥିଲେ । ଯାହା ସେଠାରେ ଏକ କୌତୁହଳ ବାତାବରଣ ସୃଷ୍ଟି କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମଙ୍ଗଳବାର ରୋମାଞ୍ଚକର ବିଜୟ ହାସଲ କରିଛି । ୫ ଦିନିକିଆ ସିରିଜରେ ଏବେ ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।

Share this story

World Odia Language Conferene