ଫେସଆପ ଡାଉନଲୋଡ କଲେ ଚୋରି ହୋଇଯିବ ତଥ୍ୟ, ଆମେରିକା କଲା ବ୍ୟାନ, ଭାରତରେ ଖୁବଶୀଘ୍ର

ଫେସଆପ ଡାଉନଲୋଡ କଲେ ଚୋରି ହୋଇଯିବ ତଥ୍ୟ, ଆମେରିକା କଲା ବ୍ୟାନ, ଭାରତରେ ଖୁବଶୀଘ୍ର
ଫେସଆପ ଡାଉନଲୋଡ କଲେ ଚୋରି ହୋଇଯିବ ତଥ୍ୟ, ଆମେରିକା କଲା ବ୍ୟାନ, ଭାରତରେ ଖୁବଶୀଘ୍ର

ଫେସ୍‌ ଆପ୍‌କୁ ନେଇ ଚାଲିଛି ନୂଆ ଟ୍ରେଣ୍ଡ । ଭବିଷ୍ୟତରେ ବୁଢା ବୟସରେ ଆପଣ କିଭଳି ଦେଖାଯିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଥାଏ । ଆଉ ଏହି ଉତ୍ସୁକତାର ଫାଇଦା ନେଇଛି ଏହି ଫେସ୍‌ ଆପ୍‌ । ଏହି ପ୍ଲାଟଫର୍ମ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ତେବେ ଏହା କେତେ ସୁରକ୍ଷିତ, ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ଆପର ପ୍ରଚଳନକୁ ଆମେରିକାରେ ନିଶିଦ୍ଧ କରାଯାଇଛି ।

ଦେଶରେ ଏବେ ଚାଲିଛି ଫେସ୍‌ ଆପ୍‌ର ଟ୍ରେଣ୍ଡ । ସମସ୍ତେ ନିଜ ଆଣ୍ଡ୍ରୋଏଡ ମୋବାଇଲରେ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ ଇଚ୍ଛୁକ । ତେବେ ଏହାକୁ ଡାଉନ୍‌ଲୋଡ୍ କରିବାର କାରଣ କ’ଣ । ଏହି ଆପ୍‌ ଦ୍ବାରା ଆପଣ ଜାଣିପାରିବେ ଭବିଷ୍ୟତରେ ଆପଣ କିପରି ଦେଖାଯିବେ । ଅର୍ଥାତ୍‌ ବୁଢାବେଳେ ହେଉ କି ୟଙ୍ଗ ଏଜ୍‌ରେ ଆପଣଙ୍କ ଫେସ୍‌ କେମିତି ଦେଖାଯିବ ।

କେବଳ ନିଜର ନୁହେଁ ଦେଶର ବଡବଡ ସେଲିବ୍ରିଟି ମାନଙ୍କ ଫଟୋ ମଧ୍ୟ ଏହି ଆପରେ ଲୋଡ୍‌କରି ସେମାନେ ଭବିଷ୍ୟତରେ କେମିତି ଦେଖାଯାଉଛନ୍ତି ତାହା ଦେଖୁଛନ୍ତି ପ୍ରଶଂସକ । ଭାରତୀୟ କ୍ରିକେଟ୍‌ ଟିମ୍‌ ସଦସ୍ୟ ହୁଅନ୍ତୁ କି ବଲିଉଡ୍‌ ଅଥବା ହଲିଉଡ୍‌ ଷ୍ଟାର ସମସ୍ତଙ୍କ ଫେସ୍‌ ଆପ୍‌ ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି । ସେମାନଙ୍କ ଫଟୋ ଦେଖି ଅନ୍ୟମାନେ ବି ଫେସ୍‌ ଆପ୍‌ ଜରିଆରେ ନିଜ ଫଟୋ ଡାଉନ୍‌ ଲୋଡ୍ କରି ଦେଖୁଛନ୍ତି ।

ତେବେ ଏହି ଆପ୍‌କୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଏହି ଆପ୍‌ ଦ୍ବାରା ଆପଣଙ୍କ ସମସ୍ତ ସିକ୍ରେଟ୍‌ ଲିକ୍‌ ହେବାର ଚାନ୍ସ ରହିଛି । ମୋବାଇଲରେ ଫେସ୍ ଆପ୍‌କୁ ଡାଉନଲୋଡ୍‌ କଲେ ଆପଣଙ୍କ ସମସ୍ତ ସିକ୍ରେଟ୍‌ ତଥ୍ୟ ଆଡମିନ ପାଖକୁ ଚାଲିଯିବ । ଆଉ ଆଡମିନ ଚାହିଲେ ସେହି ତଥ୍ୟକୁ ଯେଉଁଠାରେ ଚାହିଁବେ ସେଠାରେ ବ୍ୟବହାର କରିପାରିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏକ ଋଷୀୟ କମ୍ପାନୀ ଏହି ଆପ୍‌ ବାହାର କରିଥିବା କୁହାଯାଉଛି । ଏହି ଆପ୍ ଦ୍ବାରା ଆପଣଙ୍କ ଫଟୋର ବୟସ କେବଳ ବଢିବା ଦେଖାଯାଏ ନାହିଁ, ଆପଣଙ୍କ ବୟସ କମାଇବା ପରି ବ୍ୟବସ୍ଥା ବି ରହିଛି । ଏଥିରେ ଫଟୋକୁ ବିଭିନ୍ନ ରୂପ ଦିଆଯାଇ ପାରୁଛି । ଏହି ଆପକୁ ଆମେରିକାର ସିନେଟ ତାଙ୍କ ଦେଶରେ ବ୍ୟାନ କରିବାକୁ ପଦକ୍ଷେପ ନେଇଛନ୍ତି । ଭାରତରେ ଏହି ଆପ୍‌କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ଏହି ଆପ୍ ଦ୍ବାରା ସେମାନେ ବିପଦରେ ପଡିବାରେ ଯଥେଷ୍ଟ ସମ୍ଭାବନା ବି ରହିଛି । ପୂର୍ବରୁ ମଧ୍ୟ ଏହିଭଳି ଆପକୁ ଡାଉନ୍‌ଲୋଡ୍‌ କରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଦେଶ ବିଦେଶର ଲୋକେ ।

ଏହି ଆପକୁ ଡାଉନଲୋଡ୍ କରିବା ପୂର୍ବରୁ ଜନସାଧାରଣ ଭଲକରି ଏହାର ନିୟମାବଳିକୁ ପଢନ୍ତୁ । ଯଦି ଏହି ଆପ ସେମାନଙ୍କୁ ଠିକ ଲାଗୁନାହିଁ ତେବେ ଏହାକୁ ଡାଉନଲୋଡ୍‌ କରିବାରୁ ନିବୃତ୍ତ ରୁହନ୍ତୁ ।

Share this story

World Odia Language Conferene