ଫନି କ୍ଷୟକ୍ଷତି ମୁକାବିଲା ପାଇଁ ବିଡ଼ିଓଙ୍କ ତତ୍ପରତା

ଫନି କ୍ଷୟକ୍ଷତି ମୁକାବିଲା ପାଇଁ ବିଡ଼ିଓଙ୍କ ତତ୍ପରତା
ଫନି କ୍ଷୟକ୍ଷତି ମୁକାବିଲା ପାଇଁ ବିଡ଼ିଓଙ୍କ ତତ୍ପରତା

ବ୍ରହ୍ମପୁର: ଗୋଟେ ପଟେ ଫନି ତାଣ୍ଡବରେ ଏଗାର ଜିଲ୍ଲା ଵିଶେଷ କ୍ଷୟକ୍ଷତି ହୋଇଥିବା ବେଳେ ଠିକ ଏହି ସମୟରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ବେଶ ପ୍ରଶଂସା ସାଉଁଟିଥିବା ଜଣାପଡ଼ିଛି । ସେ ଆଉ କିଏ ନୁହେଁ ବରଂ ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓ କୁମାର ନାଗଭୂଷଣ ।

ବାତ୍ୟା ପ୍ରଭାବିତଙ୍କୁ ସାହାଯ୍ୟ ନିମନ୍ତେ ସେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ରାଜନୈତିକ ଦଳ, ସମାଜସେବୀ, ସରକାରୀ ଚାକିରିଆ ଓ ସାଧାରଣ ଲୋକ ମାନଙ୍କୁ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

ପ୍ରକାଶ ଯେ ‘ଫନି’ ତାଣ୍ଡବରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଆବଶ୍ୟକ ଜିନିଷ ଯଥା ପାଣି, ଶୁଖିଲା ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀ ଲୁଗା ଏବଂ ଖାଦ୍ୟ ପାଇଁ ବିଭିନ୍ନ ବ୍ଲକ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପହଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଡିଆରଡିଏ ପିଡ଼ି ଗଂଜାମ ବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରଙ୍ଗେଇଲୁଣ୍ଡା ବ୍ଲକ ବିଡିଓ ଶ୍ରୀ ନାଗଭୂଷଣ ଏଭଳି ଅନୁରୋଧ କରିଛନ୍ତି ।

Share this story

World Odia Language Conferene