ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି? ଆପଣ କ୍ୟାନସର ର ଦ୍ୱାରଦେଶରେ!

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି? ଆପଣ କ୍ୟାନସର ର ଦ୍ୱାରଦେଶରେ!
ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି? ଆପଣ କ୍ୟାନସର ର ଦ୍ୱାରଦେଶରେ!

ବଜାରରେ ବଢ଼ୁଛି ବୋତଲ ପାଣିର ଚାହିଦା । ପ୍ରତ୍ୟେକ ଦୋକାନରେ ବୋତଲ ପାଣି ଉବଲବ୍ଧ ହେଉଛି । ସାଧାରଣତଃ ଅଧିକାଂଶ ଲୋକେ ବୋତଲରେ ଥିବା ପାଣିକୁ ସ୍ବଚ୍ଛାପାଣି ଭାବି ତାକୁ ବ୍ୟବହାର କରିଥାନ୍ତି । ନ୍ୟୁୟର୍କ ଷ୍ଟେଟ ୟୁନିଭରସିଟି ପରୀକ୍ଷା କେନ୍ଦ୍ର ବୋତଲ ପାଣିକୁ ନେଇ ବଡ଼ ଖୁଲସା କରିଛି । ବୋତଲ ପାଣିର ବ୍ୟବହାର ବହୁମାତ୍ରାରେ ବଜାରରେ ବଢ଼ି ଚାଲିଛି । ବୋତଲରେ ଥିବା ପାଣି ଗ୍ରାହକମାନଙ୍କ ପାଖକୁ ଆସିବା ପୂର୍ବରୁ ସମ୍ପୂର୍ଣ୍ଣଭାବେ ଅନୁପଯୋଗୀ ହୋଇଯାଇଥାଏ ।

ବୋତଲରେ ପାଣି ବହୁ ସମୟଧରି ରହୁଥିବାରୁ ଏଥିରେ ବିଭିନ୍ନ ପ୍ରକାର ରାସାନିକ ଓ ପ୍ଲାଷ୍ଟିକ ଜାତୀୟ କଣିକା ମିଶି ରହିଥାଏ । ଏହି ପାଣିକୁ ବ୍ୟବହାର କଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । ବୋତଲ ପାଣି ଦେହପ୍ରତି କେତେ ଲାଭ ଦାୟକ ହେବ କିମ୍ବା କ୍ଷତିକାରକ ହେବ, ବୋତଲ ପାଣିର ପାଣିଗୁଣାତ୍ମକମାନ ଯାଞ୍ଚ ହୋଇନଥାଏ ।

ପ୍ୟାକିଂ କରିବା ସମୟରେ ବି ବୋତଲ ପାଣିକୁ ଯାଞ୍ଚ କରିଯାଇ ନଥାଏ । ଭାରତୀୟ ଗବେଷଣା କେନ୍ଦ୍ରରେ ଭାରତ ସମେତ ଆମେରିକା, ବ୍ରାଜିଲ, ଇଣ୍ଡୋନେସିଆ, ଥାଇଲାଣ୍ଡ, ମେକ୍ସିକୋ କେନିୟା ଭଳି ଦେଶର ବୋତଲ ପାଣର ନମୁନା ଯାଞ୍ଚ କରିଯାଇଛି ।

ଗବେଷଣାକାରୀଙ୍କ କହିବାନୁଯାୟୀ, ବୋତଲ ପାଣି ପ୍ୟାକିଂ ହେବା ସମୟରେ ହିଁ ପ୍ରଦୂଷଣ ହୋଇଯାଇଥାଏ । ଘରେ ବ୍ୟବହାର ହେଉଥିବା ପାଣିକୁ ଗରମ କରିବା ଦ୍ବାରା ସେଥିରେ ଥିବା କିଟାଣୁ ନଷ୍ଟ ହୋଇଯାଇଥାନ୍ତି । ହେଲେ ପ୍ଲାଷ୍ଟିକ ବୋତଲରେ ଥିବା ପାଣି କ୍ଷେତ୍ରରେ ସମ୍ଭବ ହୋଇନଥାଏ । ପଲିଥିଲିନରେ ଆସୁଥିବା ପାଣି (ପାଉଚ ପାଣି) କିମ୍ବା ବୋତଲରେ ଥିବା ପାଣି ପ୍ୟାକିଂ ସମୟରେ ପ୍ରଦୂଷଣ ହୋଇଯାଥାଏ । ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଦ୍ବାରା ମଧ୍ୟ ପରିବେଶ ନଷ୍ଟ ହୋଇଥାଏ ।

ବୋତଲ ପାଣି ପ୍ୟାକିଂ ପରେ ଟ୍ରକରେ ଷ୍ଟୋରକୁ ନେବା ସମୟରେ ବାହାରର ୩୫ରୁ ୪୦ ମାନ ରହିଥାଏ । ଏହି ତାପମାନ ଟ୍ରକ ଭିତରେ ୫୦ରୁ ୬୦ ଭିତରେ ବଢ଼ିଯାଇଥାଏ । ଯାହାଫଳରେ ​‌ବୋତଲରେ ଥିବା ରାସାନିକ ପାଣିରେ ମିଶିବା ଆରମ୍ଭ କରିଦେଇଥାନ୍ତି ।

ବହୁ ରାଜ୍ୟରେ ବୋତଲରେ ପାଣି ଭରଣ କରିବା ପାଇଁ ପିଭିସି ପାଇପ୍ ବ୍ୟବହାର କରିଥାନ୍ତି । ଏହି ପାଇପରେ ବିପିଏ ପୋଲିକାରବୋନେଟ ପ୍ଲାଷ୍ଟିକ ଓ ବିସଫେନାଲ ବୋତଲ ମଧ୍ୟରେ ପ୍ରବେଶ କରିଥାନ୍ତି । ​‌ଏହି ଦୁଇ ରାସାନିକ ଦେହ ପାଇଁ ବହୁତ କ୍ଷତିକାରକ । ଶିମଲାର ଡ଼ାକ୍ତର ପ୍ରେମ ମାଚନ, ମାଡିସନ ଏକ୍ସପର୍ଟ, ଆଇଜିଏମସିଙ୍କ କହିବାନୁଯାୟୀ, ବୋତଲ ପାଣି ବ୍ୟବହାର ଦ୍ବାରା ଆବୋଡିମାଲ ଓ କ୍ୟାନସର ଭଳି ରୋଗ ହୋଇଥାଏ ।

ପିଲାମାନଙ୍କୁ ପ୍ଲାଷ୍ଟିକ ବୋତଲରେ କ୍ଷୀର ଦିଅନ୍ତୁ ନାହିଁ, ଏହାଦ୍ବାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ସ୍କୁଲ ଯିବା ସମୟରେ ପିଲାଙ୍କୁ ପ୍ଲାଷ୍ଟିକ ଟିଫିନ ବକ୍ସରେ ଖାଦ୍ୟ ଜିନିଷ ଦିଅନ୍ତୁ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ଲାଷ୍ଟିକ ପାତ୍ରରେ କୌଣସି ଖାଦ୍ୟ ପଦାର୍ଥ ଅଧିକ ସମୟ ରଖନ୍ତୁ ନାହିଁ ।

Share this story

World Odia Language Conferene