ପୂର୍ତ୍ତ ବିଭାଗକୁ ଫେରିଲେ ୧୩ ଯନ୍ତ୍ରୀ

ପୂର୍ତ୍ତ ବିଭାଗକୁ ଫେରିଲେ ୧୩ ଯନ୍ତ୍ରୀ
ପୂର୍ତ୍ତ ବିଭାଗକୁ ଫେରିଲେ ୧୩ ଯନ୍ତ୍ରୀ

ଭୁବନେଶ୍ୱର: କଠୋର ନିଷ୍ପତ୍ତି ନେଲେ ସରକାର । ଅନ୍ୟ ବିଭାଗ କିମ୍ବା କର୍ପୋରେସନ ଅଧୀନରେ ରହିଥିବା କିଛି ମୁନାଫାଖୋର ଯନ୍ତ୍ରୀଙ୍କ ଉପରେ ଲାଗିଲା ଲଗାମ । ଅନ୍ୟ ବିଭାଗରେ ଥିବା ୧୩ ଯନ୍ତ୍ରୀଙ୍କୁ ତୁରନ୍ତ ପୂର୍ତ୍ତ ବିଭାଗକୁ ପ୍ରତ୍ୟାବର୍ତ୍ତନ କରିବାକୁ ଅତିରିକ୍ତ ସଚିବ ଦିଲ୍ଲୀପ କୁମାର ରାୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ୧୩ ଜଣଙ୍କ ମଧ୍ୟରେ ୧୨ ଜଣ ଅତିରିକ୍ତ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ରହିଛନ୍ତି । ସୂଚନାଯୋଗ୍ୟ ଏହି ଯନ୍ତ୍ରୀ ମାନେ ନିଜ ବିଭାଗ ଛାଡି ପାଖାପାଖି ୧୦ ବର୍ଷ ହେବ ଅନ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲେ । କିନ୍ତୁ ଆଜି ସେମାନଙ୍କୁ ତୁରନ୍ତ ନିଜ ବିଭାଗକୁ ପ୍ରତ୍ୟାବର୍ତ୍ତନ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share this story

World Odia Language Conferene