ପୁରୀ ଲୋକସଭା ଆସନରୁ ଲଢ଼ିବେ ସମ୍ବିତ, ବିଜେପିକୁ ‘ସମ୍ବିତ’ ଶୁଭେଚ୍ଛା

ପୁରୀ ଲୋକସଭା ଆସନରୁ ଲଢ଼ିବେ ସମ୍ବିତ, ବିଜେପିକୁ ‘ସମ୍ବିତ’ ଶୁଭେଚ୍ଛା
ପୁରୀ ଲୋକସଭା ଆସନରୁ ଲଢ଼ିବେ ସମ୍ବିତ, ବିଜେପିକୁ ‘ସମ୍ବିତ’ ଶୁଭେଚ୍ଛା

ନୂଆଦିଲ୍ଲୀ/ ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବା ବିଜେପିରର ରାଷ୍ଟ୍ରୀୟ ମୁଖପାତ୍ର, ଜାତୀୟ ଟିଭି ଚ୍ୟାନେଲର ପ୍ରମୁଖ ଚେହେରା ସମ୍ବିତ ପାତ୍ର । ଘର ଓଡ଼ିଶାରେ, ପେଶାଦାର ଓ ରାଜନୈତିକ ଜୀବନ ନୂଆଦିଲ୍ଲୀରେ । ହେଲେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛନ୍ତି ସମ୍ବିତ । ପୁରୀ ଲୋକସଭା ଆସନରୁ ସେ ବିଜେପି ଟିକଟରୁ ନିର୍ବାଚନ ଲଢ଼ିବେ । ଆଉ ଏହି ଖବର ସହ ସବୁ ଚର୍ଚ୍ଚାର ଅବସାନ ବି ଘଟିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନ ନେଲେ ସମ୍ବିତ ପାତ୍ର ।

‘ପୁରୀରୁ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ’ ଏଭଳି ଚର୍ଚ୍ଚାର ପୂର୍ଣ୍ଣଛେଦ ପକାଇଛି ବିଜେପିର କେନ୍ଦ୍ରୀୟ ନିର୍ବାଚନୀ କମିଟି ବା ସିଇସି । ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପୁରୀରୁ ନିର୍ବାଚନ ଲଢ଼ିବା ନେଇ ସମ୍ବିତଙ୍କ ଆଗରେ ରହିଥିଲା । ଆଉ ଗତକାଲି ବିଳମ୍ବିତ ରାତିରେ ପ୍ରାର୍ଥୀ ତାଲିକା ପ୍ରକାଶ କରି ଏହା ଉପରେ ସସପେନ୍ସ ଦୂର କରିଛି ଭାରତୀୟ ଜନତା ପାର୍ଟି ବିଜେପି ।

ପୁରୀ ଲୋକସଭା ଆସନରୁ ଲଢ଼ିବେ ସମ୍ବିତ, ବିଜେପିକୁ ‘ସମ୍ବିତ’ ଶୁଭେଚ୍ଛା

ସେହପିରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ବରଗଡ଼ରୁ ପ୍ରାର୍ଥୀ ହେବେ । ନୂଆପଡ଼ା ବିଧାୟକ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା ଏଥର ବିଧାନସଭା ବଦଳରେ ଲୋକସଭା ଆସନ ପାଇଁ ଲଢ଼ିବେ । ସେ କଳାହାଣ୍ଡି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦେବଗଡ଼ ବିଧାୟକ ନୀତେଶ ଗଙ୍ଗଦେବଙ୍କୁ ବି ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍ ମିଳିଛି । ଏଥର ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ଜୟରାମ ପାଙ୍ଗୀ କୋରାପୁଟ ସଂରକ୍ଷିତ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।

ଓଡ଼ିଶା ପାଇଁ ବିଜେପି ପୂର୍ବରୁ ୧୦ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଗତକାଲିର ଘୋଷଣା ପରେ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଗତକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ସେଣ୍ଟ୍ରାଲ ଇଲେକ୍ସନ କମିଟି ବୈଠକ ପରେ ପ୍ରାର୍ଥୀଙ୍କ ନାମରେ ମୋହର ଲାଗିଥିଲା ।

Share this story

World Odia Language Conferene