‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ ରିଲିଜକୁ ନେଇ ବଢୁଛି ଅଡୁଆ

‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ ରିଲିଜକୁ ନେଇ ବଢୁଛି ଅଡୁଆ
‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ ରିଲିଜକୁ ନେଇ ବଢୁଛି ଅଡୁଆ

ନୂଆଦିଲ୍ଲୀ: ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ ରିଲିଜକୁ ନେଇ ଏବେ ଫିଲ୍ମ ମେକରଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଏପ୍ରେଲ ୫ରେ ରିଲିଜ ହେବାକୁ ଥିବା ଏହି ବାୟୋପିକ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଚାଲିଛି । ହେଲେ ରିଲିଜ ହବାର ନାଁ ନେଉନାହିଁ । ସେପଟେ ଏହି ଫିଲ୍ମ ରିଲିଜ ହେବାରେ ବିଳମ୍ବ ହେଉଥିବାରୁ ଦର୍ଶକମାନେ ଅତି ଉତ୍କଣ୍ଠାର ସହ ଚାହିଁ ରହିଥିବା ଜଣାପଡିଛି ।

ଏବେ ରିଲିଜ ପାଇଁ ସୁପ୍ରିମକୋର୍ଟରେ ବଲିଉଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ପଡ଼ି ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ବାୟୋପିକ୍‌ର ରିଲିଜ୍‌ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ ବା ନିର୍ବାଚନୀ ଆଚରଣ ସଂହିତା ଉଲ୍ଲଂଘନ ହେଉଥିବା ଅଭିଯୋଗ କରିବା ପରେ ରିଲିଜ୍‌ ଉପରେ କଟକଣା ଲାଗିଛି ।

ଆଉ ଏହାକୁ ବିରୋଧ କରି ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଫିଲ୍ମର ପ୍ରଯୋଜନା ସଂସ୍ଥା । ଆବେନଦକାରୀଙ୍କ ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ୧୫ ତାରିଖରେ ଏ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ନିର୍ମାଣ ଦିନଠାରୁ ବିବାଦରେ ରହିଥିବା ଏହି ଫିଲ୍ମ ନିର୍ବାଚନ ସମୟରେ ରିଲିଜ୍‌ ହେବାକୁ ଯୋଜନା ଥିବା ବେଳେ ଏହା ଜନମତ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରି ଇସିଙ୍କ ଦ୍ୱାରସ୍ଥ ହୋଇଥିଲେ ବିଭିିନ୍ନ ରାଜନୈତିକ ଦଳ । ପ୍ରଥମେ ଏପ୍ରିଲ ୫ ଏବଂ ତା ପରେ ୧୧ ଏପ୍ରିଲରେ ଫିଲ୍ମ ରିଲିଜ୍‌ ହେବାକୁ ଘୋଷଣା ହୋଇଥିବା ବେଳେ ଚଳିତ ନିର୍ବାଚନ ଶେଷ ପରେ ହିଁ ରିଲିଜ୍‌ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Share this story

World Odia Language Conferene