ପାଥୋଲ୍ୟାବରେ ଚାଲିଛି ବେଆଇନ୍ ଗର୍ଭପାତ: ପ୍ରଶାସନର ଚଢାଉରେ ଦୁଇ ଅଟକ

ପାଥୋଲ୍ୟାବରେ ଚାଲିଛି ବେଆଇନ୍ ଗର୍ଭପାତ: ପ୍ରଶାସନର ଚଢାଉରେ ଦୁଇ ଅଟକ
ପାଥୋଲ୍ୟାବରେ ଚାଲିଛି ବେଆଇନ୍ ଗର୍ଭପାତ: ପ୍ରଶାସନର ଚଢାଉରେ ଦୁଇ ଅଟକ

ନୟାଗଡ: ନୟାଗଡ ଜିଲ୍ଲାରେ ବେଆଇନ୍ ଗର୍ଭପାତ ଘଟଣା ଏବେ ସାମ୍ନାକୁ ଆସିଛି । ସହରର ମେଡିକାଲ୍ ପଛପଟେ ଥିବା ଏକ ବେଆଇନ୍ ପାଥୋଲ୍ୟାବ ରେ ଏହି ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେବ ପରେ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ମେଡିକାଲ୍ ପଛପଟ ନୟାଗଡ ଡାଇଗ୍ନୋଷ୍ଟିକ୍ ନାମରେ ଏକ ବେଆଇନ୍ ପାଥୋଲ୍ୟାବ ଦୀର୍ଘଦିନ ହେଲା ଚାଲିଆସୁଥିଲା । ଏଠାରେ ହାଡଭଙ୍ଗା ପାଇଁ ମଧ୍ୟ ଚିକିତ୍ସା କରାଯାଉଥିବା ଜଣାପଡିଛି । ତବେ ଶନିବାର ମଧ୍ୟରାତ୍ରିରେ ଏହି ପାଥୋଲ୍ୟାବରେ ଚଢାଉ ପରେ ଏଠାରେ ଦୀର୍ଘଦିନ ହେଲା ଗର୍ଭପାତ କରାଯାଉଥିଲା ବୋଲି ଜଣାପଡିଛି । ନରସିଂହପୁର ମାଳିସାହି ଅଞ୍ଚଳର ଦମ୍ପତ୍ତି ସେଠାକାର ଜଣେ ନର୍ସଙ୍କ ପରାମର୍ଶରେ ଗର୍ଭପାତ କରାଇବାପାଇଁ ଗତକାଲି ସନ୍ଧ୍ୟାରେ ନୟାଗଡ ମେଡିକାଲରେ ପହଞ୍ଚିଥିଲେ ।

ପାଥୋଲ୍ୟାବ ମାଲିକ ଶ୍ରୀଧର ପ୍ରଧାନ ଏବଂ ଅନ୍ୟ ଜଣେ ସହଯୋଗୀ ନିଜକୁ ଗାଇନିକ୍ ଡାକ୍ତରର ପରିଚୟ ଦେଇ ସେମାନଙ୍କୁ ନିଜ ପାଥୋଲ୍ୟାବକୁ ନେଇଆସିଥିଲେ । ରାତିରେ ଶ୍ରୀଧର ମହିଳା ଜଣଙ୍କୁ ଗର୍ଭପାତ କରାଇବାପାଇଁ ଇଂଜେକସନ୍ ଦେବା ସହ ଏକ ମେଡିସିନ୍ ମଧ୍ୟ ଦେଇଥିଲେ । ଗର୍ଭପାତ ପାଇଁ ବ୍ୟବହାର କରାଯାଇଥିବା ମେଡିସିନ୍ ଖୋଳକୁ ଜବତ କରାଯାଇଥିଲେ ମଧ୍ୟ ଶ୍ରୀଧର ଘଟଣାକୁ ଅସ୍ବୀକାର କରିଛନ୍ତି । ମହିଳାଙ୍କ ପେଟ କାଟୁଥିବାରୁ ସେଠାରେ ତାଙ୍କୁ ରଖାଯାଇଥିଲା ବୋଲି ସେ କହିଛନ୍ତି ।

ସ୍ବେଛାସେବୀଙ୍କ ଠାରୁ ଖବର ପାଇ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦଶରେ ତହସିଲଦାର, ଏଡିଏମ୍ଓ ଓ ଟାଉନ୍ ଥାନା ପୋଲିସ ପାଥୋଲ୍ୟାବରେ ଚଢାଉ କରିଥିଲେ । ବେଆଇନ କାମ ଚାଲିଥିବା ଜଣାପଡିବା ପରେ ପ୍ରଶାସନ ପାଥୋଲ୍ୟାବରେ ତାଲା ପକାଇବ ସହ ମାଲିକ ଏବଂ ତାଙ୍କର ଜଣେ ସହଯୋଗୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ସେପଟେ ମହିଳାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ସ୍ବାସ୍ଥ୍ୟ ବିଭାଗ ।

Share this story

World Odia Language Conferene