ପରପୁରୁଷ ସହ ସ୍ତ୍ରୀ କରୁଥିଲା ଏଭଳି କିଛି କାମ, ଦେଖିସାରିବା ପରେ ୩ ଜଣଙ୍କୁ କରେଣ୍ଟ ଲଗେଇ ହତ୍ୟା କଲା ସ୍ୱାମୀ

ପରପୁରୁଷ ସହ ସ୍ତ୍ରୀ କରୁଥିଲା ଏଭଳି କିଛି କାମ, ଦେଖିସାରିବା ପରେ ୩ ଜଣଙ୍କୁ କରେଣ୍ଟ ଲଗେଇ ହତ୍ୟା କଲା ସ୍ୱାମୀ
ପରପୁରୁଷ ସହ ସ୍ତ୍ରୀ କରୁଥିଲା ଏଭଳି କିଛି କାମ, ଦେଖିସାରିବା ପରେ ୩ ଜଣଙ୍କୁ କରେଣ୍ଟ ଲଗେଇ ହତ୍ୟା କଲା ସ୍ୱାମୀ

କୋଲକତା ଦକ୍ଷିଣ ପ୍ରଗଣା-୨୪ ଜିଲ୍ଲାର ମହେଶତଲ୍ଲା ଥାନା ଅର୍ନ୍ତଗତ ଭୋଗନୂଆପଡ଼ା ଅଞ୍ଚଳରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ତିନିଜଣ ପଡ଼ୋଶୀଙ୍କୁ ନିର୍ମମଭାବେ ହତ୍ୟା କରିଛି ଜଣେ ସ୍ବାମୀ । ପଡ଼ୋଶୀଙ୍କୁ ହତ୍ୟା କରିବା ପାଇଁ ବ୍ୟକ୍ତି ଜଣଙ୍କ ରଚିଥିଲେ ଏକ ସାଂଘାତିକ ଷଡ଼ଯନ୍ତ୍ର । ପଡ଼ୋଶୀଙ୍କ ଘର ସାମ୍ନାରେ ବିଦ୍ୟୁତ ତାରକୁ ଖୋଲି ବିଛାଇଦେଇଥିଲେ । ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନିଜଣ ପଡ଼ୋଶୀଙ୍କ ମୃତ୍ୟୁ ହୋଇଛି ।

ମୃତ ବ୍ୟକ୍ତି ହେଲେ ଶେଖ ଜକିର ହୁସେନ, ସୁଲତାନ ଶେଖ ଓ ରେହେମାନ । ବିଦ୍ୟୁତ ତାର ଆଘାତରେ ଆଉ ୬ ଜଣ ଗୁରୁତ ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଅଭିଯୁକ୍ତ ରବିଉଲ ମିସ୍ତ୍ରୀକୁ ସ୍ଥାନୀୟ ଲୋକେ ଧରି ନିର୍ଘାତ ମାଡ଼ ମାରିଛନ୍ତି । ସେ ବର୍ତ୍ତମାନ ବିଦ୍ୟାସାଗର ଷ୍ଟେଟ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଡାକ୍ତରଙ୍କ କହିବାନୁଯାୟୀ, ତାର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଅଭିଯୁକ୍ତ ରବିଉଲ ରାଜ ମିସ୍ତ୍ରୀ ଭାବେ କାମ କରେ ।

ଅଭିଯୁକ୍ତ ରବିଉଲ ମିସ୍ତ୍ରୀର ପ୍ରକୃତ ଘର ମୁର୍ଶିବାଦ ଜିଲ୍ଲାରେ । କିନ୍ତୁ ସ୍ତ୍ରୀ ସହ ସେ ମହେଶତଲ୍ଲାର ଭୋଗନୂଆପଡ଼ା ୨୧ନମ୍ବର ଓ୍ବାର୍ଡ଼ରେ ରହୁଥିଲା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବା ସହ ଏ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବରାବର କଳି ହେଉଥିଲା । ସ୍ତ୍ରୀ ଫରିଦାଙ୍କ ଚରିତ୍ରକୁ  ସନ୍ଦେହ କରି ସ୍ବାମୀ ରବିଉଲ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲା ।

ଏହି କଥା ସ୍ଥାନୀୟ ଲୋକ ଜାଣିବା ପରେ ଅଭିଯୁକ୍ତ ରବିଉଲକୁ ବୁଝାସୁଝା ମଧ୍ୟ କରିଥିଲେ । ଫରିଦା କାହା ସହିତ ଅବୈଧ ସଂପର୍କ ରଖୁଛି ବୋଲି ରବିଉଲ ପ୍ରତ୍ୟେକ ଦିନ ସନ୍ଦେହ କରୁଥିଲା । ରବିବାର ଦିନ ରବିଉଲଙ୍କ ସ୍ତ୍ରୀ କାମରେ କୁଆଡ଼େ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ନାଁରେ ବିଭିନ୍ନ ଗୁଜବ ଉଠାଇଥିଲେ ।

ସ୍ଥାନୀୟ ଯୁବକ ଶେଖ ରୋହିତ ସହ ତା ସ୍ତ୍ରୀ ପଳେଇଛି ବୋଲି ଲୋକେ କଥା ହୋଇଥିଲେ । ଏହି କଥା ଶୁଣିବା ପରେ ବରିଉଲ ରାଗିଯାଇଥିଲା । ସ୍ତ୍ରୀ ଓ ସଂପୃକ୍ତ ଯୁବକଠୁ ପ୍ରତିଶୋଧ ନେବା ପାଇଁ ରବିଉଲ ମନସ୍ଥ କରିଥିଲା । ତା ପରେ ଷଡ଼ଯନ୍ତ୍ର ରଚିଥିଲା । ପ୍ରତିଶୋଧ ପରାୟଣ ହୋଇ ଅଧରାତିରେ ପଡ଼ୋଶୀଙ୍କ ଘର ସାମ୍ନାରେ ବିଦ୍ୟୁତ ତାର ବିଛାଇଥିଲା । ଏହି ଘଟଣା ପରେ ଦୌଡ଼ିପଳେଇବା ସମୟରେ ଗାଁ ଲୋକେ ତାଙ୍କୁ କାବୁକରି ନିସ୍ତୁକ ମାଡ଼ ମାରିଥିଲେ ।

Share this story

World Odia Language Conferene