ପଦ୍ମ ଧରିଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ

ପଦ୍ମ ଧରିଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ
ପଦ୍ମ ଧରିଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଦଳର ଉପସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ କେତେକ ନେତା ମଧ୍ୟ ଉପସ୍ଥିତ ଥିଲେ ।

ବିଜେପିରେ ଯୋଗ ଦେବା ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି “ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମତେ ବଡ଼ ସୁଯୋଗ ମିଳିଛି । ଓଡ଼ିଶାର ଉନ୍ନତି ପାଇଁ ମୁଁ ସର୍ବଦା କାର୍ଯ୍ୟ କରିବି ।”

ସୂଚନାଯୋଗ୍ୟ, ଅଶ୍ୱିନୀଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି ଏବଂ ଗତକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ କଥା ହୋଇଥିବା ନବୀନ ପଟ୍ଟନାୟକ କହିଥିଲେ । ଅଶ୍ୱନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଏହାଛଡ଼ା ୧୯୯୯ ମହାବାତ୍ୟା ସମୟରେ ସେ କଟକର ଜିଲ୍ଲାପାଳ ମଧ୍ୟ ଥିଲେ ।

Share this story

World Odia Language Conferene