ନାରୀ ମନର କଥା…

ନାରୀ ମନର କଥା…
ନାରୀ ମନର କଥା…

ପ୍ରତ୍ୟକ ନାରୀର କିଛି ନା କିଛି ଅତିତ ରହିଛି । କିଏ ଶାରୀରିକ ଭାବେ ପୀଡ଼ିତ ତ କାହାର ଅଭିଭାବକ ହିଂସ୍ର । କେହି କେହି ତ ଛୋଟ ବେଳୁ ଯୌନ ଶୋଷଣର ଶୀକାର ହୋଇଛନ୍ତି ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ । କାହାର ରହିଛି ପ୍ରେମ ଭରା ଅନେକ କାହାଣୀ । ପ୍ରେମ ନାମରେ କେହି କେହି ଧର୍ଷଣର ଶୀକାର ହୋଇଛନ୍ତି । କେହି କେହି ଜୁଆଡ଼ି ବି ଥାଆନ୍ତି ।

ଡେଟ୍ ରେପଡଙ୍କ ସଂଖ୍ୟା ବି କମ୍ ନୁହେଁ । କେହି କେହି ଏକ୍ସ ବୟଫ୍ରେଣ୍ଡ ଦ୍ବାରା ବ୍ଳାକମେଂଲିର ଶୀକାର ବି ହୋଇଛନ୍ତି । କେଉଁଠି ସମ୍ପର୍କକୁ ନେଇ ତିକ୍ତତା, କେଉଁଠି ମାନସିକ ନିର୍ଯାତନା ଅଧିକ । କାହାର ଭଙ୍ଗା ଓ ଅଶାନ୍ତିର ପରିବାର । କେହି କେହି ସ୍ବାମୀ ପରିତ୍ୟକ୍ତା । କେହି କେହି ବିକାରଗ୍ରସ୍ତ ବି । କାହାର ଆର୍ଥିକ ଅବସ୍ଥା ଶୋଚନୀୟ ତ କିଏ ଅଭ୍ୟାସଗତ ନିଶାଡ଼ି । କେହି କେହି ଆତ୍ମହତ୍ୟା ପ୍ରୟାସ କରି ଅନେକ ଥର ଅସଫଳ ।

ଆପଣ ଯଦି ଜଣେ ମହିଳାଙ୍କୁ ଦେଖିବେ, ହୁଏତ ଏହି ସବୁ ସମସ୍ୟା ପ୍ରତିକୁଳ ପରିସ୍ଥିତି ଦେଇ ଗତି କରୁଛି । ତଥାପି ସେ ଖୁସି, ସେ ତା ଲୁହକୁ ଛୁପାଇ କେଶ ସଜାଡି ନିଏ । ମୁଁହରେ ସ୍ମିତ ହାସ୍ୟ ବି ଦେଇପାରେ । ମନୋବଳ ସତେଜ କରି ସେ ଛିଡ଼ା ହୋଇଛି । ଏକାକି ସେ ଚାଲିପାରେ ଆଉ ଚାଲିଛି ବି । ଅତିତକୁ ଖାତିର ନକରି ସେ ଚାଲିଛି ଆଗକୁ ଆଗକୁ । କାହିଁକି ନା ନିଜ ଭିତରର ଶକ୍ତିକୁ ସେ ଖୋଜି ପାଇଛି ।

ପ୍ରେମର ଦ୍ବାହି ଦେଇ ସେ କେବେ ବି ଅଟକି ଯାଇନି, ଯେତେବେଳେ କି ଦୁନିଆରେ ପ୍ରେମ ଓ ଭଲପାଇବା ଚିରନ୍ତନ ସତ୍ୟ ଅଟେ । ନାରୀର ଅତିତକୁ ନେଇ ଅଣ୍ଡରରେସ୍ଟିମେଟ ବା ତାର ଚରିତ୍ରସ୍ଖଳନ କରିବା ଠିକ୍ ନୁହେଁ । ତାକୁ ନିଜ ବୁଦ୍ଧିର ପରିମାପକରେ ତଉଲନ୍ତୁ ନାହିଁ । ଅଧିକ ଲଜ୍ଜିତ କରିବାକୁ ତା ଅତିତକୁ ଖୋଜନ୍ତୁ ନାହିଁ । ତାକୁ ତା ରାସ୍ତାରେ ଚାଲିବାକୁ ଦିଅନ୍ତୁ । ପାରିବେ ଯଦି ତା ସହ ଚାଲିବା ଶିଖନ୍ତୁ । ସମ୍ଭବ ଯଦି ତା ହାତ ଧରି ପାରିବେ । ଜାଣି ପାରିବେ ତା ମନରେ କେତେ ଶୀତଳତା ଅଛି । କେତେ ପବିତ୍ର ତା ଆତ୍ମା । ଏହା ବି ଜାଣି ପାରିବେ ଯେ, ସେ କେତେ ନିଜକୁ ନିଜେ ସମ୍ଭାଳି ପାରିବେ । ଶବୁ ଶକ୍ତି ଚାଲି ଯାଇଥିବା ସତ୍ତ୍ବେ ସେ କେମିତି ଶକ୍ତି ସଞ୍ଚୟ କରି ରଖିଛି ।

ସେ ଚାହେଁନା, ସବୁବେଳେ ଏମିତି ଜଣେ ନାରୀ ସବୁବେଳେ ଅନ୍ୟ ଘରର ଦରଜା ପଛରେ ଥିବ । ସେ ହୁଏତ ଆପଣଙ୍କ ସାଙ୍ଗ ହୋଇପାରେ, ନିଜ ଭଉଣୀ ଏମିତି କି ନିଜ ମାଆ ବି ହୋଇଥାଇପାରେ । ନାରୀର ଅତିତକୁ ନେଇ ଆକଳନ କରନ୍ତୁନି । ତାକୁ ଶାନ୍ତିରେ ବଞ୍ଚିବା ସହ ଉଜ୍ବଳ ଭବିଷ୍ୟତର କାମନା କରନ୍ତୁ । ଦୁନିଆ ପାଇଁ ତା ହାତକୁ ମୁଠା କରି ଧରନ୍ତୁ ।

Share this story

World Odia Language Conferene