ନଦୀ ପାର ବେଳେ ରୋଗୀକୁ ଯୋଗାଇ ଦିଆଯିବ ସ୍ୱାସ୍ଥ୍ୟସେବା, ଜଳପଥରେ କେନ୍ଦ୍ରାପଡାର ମହାକାଳପଡାରେ ଆରମ୍ଭ ହେଲା ବୋଟ୍ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର: ନଦୀ ଆର ପାରି ଅଞ୍ଚଳଗୁଡିକରେ କୌଣସି ବ୍ୟକ୍ତି ଯଦି ରୋଗରେ ଆକ୍ରାନ୍ତ ହୁଅନ୍ତି ବା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦ ଜନକ ଥାଏ ତେବେ ସେଠାରେ ଆମ୍ବୁଲାନ୍ସ ସୁବିଧା ନଥିଲେ ରୋଗୀର ଜୀବନ ଚାଲିଯାଇଥାଏ । ତେଣୁ ଏହି ସମସ୍ୟାକୁ ଏଡେଇବା ପାଇଁ ରାଜ୍ୟରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ବୋଟ୍ ଆମ୍ବୁଲାନ୍ସ ସେବା । କେନ୍ଦ୍ରାପଡାର ମହାକଳାପଡା ବତୀଘରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଆମ୍ବୁଲାନ୍ସ ଭଳି ବୋଟରେ ମଧ୍ୟ ସମାନ ସୁବିଧା ମିଳିପାରିବ ।

ଏହି ଆମ୍ବୁଲାନ୍ସରେ ଅକ୍ସିଜେନ, ସାଲାଇନ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିବ । ଆଉ ରୋଗୀକୁ ପ୍ରାଥମିକ ସେବା ଯୋଗାଇ ଦିଆଯିବ । ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଂଟ ଓ ଦୁଇଜଣ କର୍ମଚାରୀ ରହିବେ । ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ସ୍ଥାନୀୟ ଅଂଚଳରେ ପ୍ରାୟ ୨୦ ହଜାର ଲୋକ ଉପକୃତ ହୋଇପାରିବେ ।

Share this story

World Odia Language Conferene