ନକଲି ସୁନା ଇଟା ଦେଇ ୭ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୩ଅଟକ

ନକଲି ସୁନା ଇଟା ଦେଇ ୭ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୩ଅଟକ
ନକଲି ସୁନା ଇଟା ଦେଇ ୭ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୩ଅଟକ
ଆର.ଉଦୟଗିରି: ନକଲି ସୁନା ଇଟା ଦେଇ ୭ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଆର.ଉଦୟଗିରି ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଘଟଣାଟି ଘଟିଛି ଗଜପତି ଜିଲ୍ଲା ଟିକାମାଳ ଗାଁରେ । ଉକ୍ତ ଗାଁର ଦୁଇ ଜଣ ଦଲାଲ ଷଡ଼ଯନ୍ତ୍ର ରଚି ଗଞ୍ଜାମ ଜିଲ୍ଲାର ପୋଡାମାରୀ ଗାଁର ପ୍ରଫୁଲ୍ଲ ବୈଠାରୁଙ୍କୁ ନକଲି ସୁନା ଇଟା ଦେଇ ଏହି ଠକେଇ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଅଧିକ ଟଙ୍କା ପାଇବା ଆଶାରେ ଟିକାମାଳ ଗାଁର ପ୍ରବୋଧ ପ୍ରଧାନ ଓ ତାଙ୍କ ଦୁଇ ସହଯୋଗୀ ଗଞ୍ଜାମର ପ୍ରଫୁଲ୍ଲଙ୍କୁ ଫସାଇବା ପାଇଁ ପୁରା ବ୍ଲୁ-ପ୍ରିଣ୍ଟ ରଚିଥିଲେ । ଯୋଜନା ମୁତାବକ ଦଲାଲମାନେ ପ୍ରଫୁଲ୍ଲଙ୍କୁ ୫କିଲୋ ୨ଶହ ଗ୍ରାମ ଓଜନର ଏକ ସୁନା ଇଟା ଦେଖାଇ ତାଙ୍କ ମନ ଜିଣିଥିଲେ । ସେମାନଙ୍କ କଥାରେ ପ୍ରଲୋଭିତ ହୋଇ ପ୍ରଫୁଲ୍ଲ ସେମାନଙ୍କୁ ଇଟାର ଦାମ ୭ଲକ୍ଷ ଟଙ୍କା ଦେଇଥିଲେ । ଘରକୁ ନେବା ପରେ ପ୍ରଫୁଲ୍ଲ ସୁନା ଇଟାଟି ନକଲି ଥିବା ଜାଣିବାକୁ ପାଇଥିଲେ ।
ସତ ଜାଣିବା ପରେ ପ୍ରଫୁଲ୍ଲ ଦାଲାଲମାନଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ । ହେଲେ ଅନ୍ୟପଟରୁ କୌଣସି ଜବାବ ନଆସିବାରୁ ନିରାଶ ହୋଇ ପ୍ରଫୁଲ୍ଲ ଆର.ଉଦୟଗିରି ଥାନାରେ ଅଭିଯୋଗ ଦାୟାର କରିଥିଲେ । ପୁଲିସ ନକଲି ସୁନା ଇଟା ଜବତ କରିବା ସହ ତୁରନ୍ତ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ପ୍ରବୋଧ ଓ ଅନ୍ୟ ସହଯୋଗୀଙ୍କୁ ଥାନାରେ ଅଟକ ରଖିଛି ।

Share this story

World Odia Language Conferene