ଦ ବର୍ଣ୍ଣିଂ ଟ୍ରେନ୍: ୨୪ ଘଣ୍ଟାରେ ଦ୍ୱିତୀୟ ଅଘଟଣ

ଦ ବର୍ଣ୍ଣିଂ ଟ୍ରେନ୍: ୨୪ ଘଣ୍ଟାରେ ଦ୍ୱିତୀୟ ଅଘଟଣ
ଦ ବର୍ଣ୍ଣିଂ ଟ୍ରେନ୍: ୨୪ ଘଣ୍ଟାରେ ଦ୍ୱିତୀୟ ଅଘଟଣ

କୋଲକାତା/ଭୁବନେଶ୍ୱର: ପୁରୀରେ ତପସ୍ୱିନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟଣାକୁ 24 ଘଣ୍ଟା ନପୁରୁଣୁ ପୁଣି ଏକ ଖାଲି ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ପଶ୍ଚିମବଙ୍ଗ ସାନ୍ତରାଗାଚ୍ଛି ରେଲୱେ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ଫାଲକନାମା ଏକ୍ସପ୍ରେସ୍ ଗାଡ଼ି ନମ୍ବର (12704) ଗତକାଲି ବିଳମ୍ବିତ ରାତ୍ରିରେ ନିଆଁ ଲାଗିଯାଇଥିଲା ।

ଠିକଣା ସମୟରେ ରେଳ ବିଭାଗର ଉଦ୍ୟମ ଏବଂ ଦମକଳ ବାହିନୀର ପରିଶ୍ରମରେ ନିଆଁକୁ ଆୟତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ । ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ରେଲୱେ ପ୍ରୋଟେକ୍ସନ ଫୋର୍ସ ବା ଆରପିଏଫ ଏବଂ ସରକାରୀ ରେଲୱେ ପୋଲିସ ବା ଜିଆରପି ତଦନ୍ତ ଚଳାଇଛନ୍ତି । ଏହି ଅଗ୍ନିକାଣ୍ଡର ପ୍ରଭାବ ଯାତାୟତ ଉପରେ କୌଣସି ପ୍ରଭାବ ପକାଇନାହିଁ । ସମସ୍ତ ଲାଇନରେ ଠିକ୍ ସମୟରେ ସମସ୍ତ ଟ୍ରେନ୍ ଯାଆସ କରୁଛନ୍ତି ।

Share this story

World Odia Language Conferene