ଦେଖନ୍ତୁ ଭିଡ଼ିଓ: ସୁରତରେ ଭୟାବହ ଅଗ୍ନିକାଣ୍ଡ, ୧୬ ଛାତ୍ର ମୃତ; ଜୀବନ ବଞ୍ଚାଇବା ପାଇଁ ଡେଇଁଲେ ବହୁ ଛାତ୍ର

ଦେଖନ୍ତୁ ଭିଡ଼ିଓ: ସୁରତରେ ଭୟାବହ ଅଗ୍ନିକାଣ୍ଡ, ୧୬ ଛାତ୍ର ମୃତ; ଜୀବନ ବଞ୍ଚାଇବା ପାଇଁ ଡେଇଁଲେ ବହୁ ଛାତ୍ର
ଦେଖନ୍ତୁ ଭିଡ଼ିଓ: ସୁରତରେ ଭୟାବହ ଅଗ୍ନିକାଣ୍ଡ, ୧୬ ଛାତ୍ର ମୃତ; ଜୀବନ ବଞ୍ଚାଇବା ପାଇଁ ଡେଇଁଲେ ବହୁ ଛାତ୍ର

ସୁରତ: ଗୁଜୁରାଟର ସୁରତସ୍ଥିତ ସରଥାଣା ଅଂଚଳରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୧୬ଜଣ ଛାତ୍ର ମୃତ୍ୟୁ ବରଣ କରିଛନ୍ତି ।

ତକ୍ଷଶିଳା ଅର୍କେଟ କମ୍ପ୍ଲେକ୍ସର ତୃତୀୟ ଓ ଚତୁର୍ଥ ଫ୍ଲୋରରେ ଅଗ୍ନିକାଣ୍ଡ ଯୋଗୁ ଜୀବନ ବଞ୍ଚାଇବାକୁ ଯାଇ ତଳକୁ ଡେଇଁ ପଡିଲେ ବହୁ ଛାତ୍ର । ତେବେ ଡେଇଁବା ସମୟରେ ବହୁ ସଂଖ୍ୟାରେ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତାର ରାଶି ଘୋଷଣା କରିଛନ୍ତି ।

ଅତ୍ୟଧିକ ଗରମରୁ AC ରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପରେ ବୋଲି ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ବଢିପରେ ବୋଲି କହିଛନ୍ତି ପୋଲିସ କମିଶନର ସତୀଶ ମିଶ୍ର ।

୧୫ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭାଇବା ରେ ମୁତୟନ ଅଛନ୍ତି ।

Share this story

World Odia Language Conferene