ଦିବ୍ୟାଙ୍ଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦରଦ, ଗାଡି ଅଟକାଇ ତୁରନ୍ତ ତାଙ୍କୁ ଘର ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଦିବ୍ୟାଙ୍ଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦରଦ, ଗାଡି ଅଟକାଇ ତୁରନ୍ତ ତାଙ୍କୁ ଘର ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଦିବ୍ୟାଙ୍ଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦରଦ, ଗାଡି ଅଟକାଇ ତୁରନ୍ତ ତାଙ୍କୁ ଘର ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାରତା ଦେଖିବାକୁ ମିଳିଛି । କଟକ ନରସିଂହପୁରରେ ଏକ ସଭା କାର୍ଯ୍ୟ ସାରି ମୁଖ୍ୟମନ୍ତ୍ରୀ ଗାଡ଼ିରେ ବସି ହେଲିପ୍ୟାଡ଼ ଅଭିମୁଖେ ଯାଉଥିଲେ । ଠିକ ଏହି ସମୟରେ ଜଣେ ଦିବ୍ୟାଙ୍ଗ ଭିଡ ଭିତରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ଗାଡି ପଛରେ ଦୌଡ଼ିଥିଲେ । ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ (୩୦) ଗାଡି ପଛରେ ଦୌଡ଼ିଥିବା ଦେଖି ନବୀନଙ୍କ ସୁରକ୍ଷାକର୍ମୀ ଚିନ୍ତାରେ ପଡି ଯାଇଥିଲେ ।

ସୁରକ୍ଷା କର୍ମୀ ଲିପୁନାକୁ ଅଟକେଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନଜର ଦିବ୍ୟାଙ୍ଗ ଜଣଙ୍କ ଉପରେ ପଡିଥିଲା । ଛୋଟେଇ ଛୋଟେଇ ଆସୁଥିବା ଲିପୁନାକୁ ପାଖକୁ ଡାକି ତାର ଦୁଃଖ ବୁଝିଥିଲେ ।

ଦିବ୍ୟାଙ୍ଗଙ୍କ ଦାବି ଅନୁଯାୟୀ, ସେ ସବୁଦିନ ବସରେ କାନପୁର ଥାନା ବାସେଲିହତା ଗ୍ରାମରୁ କଟକ ବାଦାମବାଡ଼ିକୁ ଆସି ଭିକ୍ଷାବୃତ୍ତି କରି ଯାହାପାନ୍ତି ସେଥିରେ ଘର ଚଳାନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଘର ଏବଂ ଭତ୍ତା ଦେଉଛନ୍ତି । ତେଣୁ ମତେ ବି ଖଣ୍ଡେ ଘର ଦିଅନ୍ତୁ ବୋଲି ଲିପୁନା କହିଥିଲେ । ତାଙ୍କ ଗୁହାରୀକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳ ଓ ବିଡ଼ିଓକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖୁସି ହୋଇ ଦିବ୍ୟାଙ୍ଗ ଜଣଙ୍କ ତାଙ୍କର ଗୁଣଗାଣ କରିଥିଲେ ।

Share this story

World Odia Language Conferene