ଦିନରେ ସ୍କୁଲ, ରାତିରେ ମସଗୁଲ: ପଢନ୍ତୁ କିଭଳି ହେଉଥିଲା ୨୪ ଛାତ୍ରୀଙ୍କ ସେକ୍ସ ଡିଲ !

ଦିନରେ ସ୍କୁଲ, ରାତିରେ ମସଗୁଲ: ପଢନ୍ତୁ କିଭଳି ହେଉଥିଲା ୨୪ ଛାତ୍ରୀଙ୍କ ସେକ୍ସ ଡିଲ !
ଦିନରେ ସ୍କୁଲ, ରାତିରେ ମସଗୁଲ: ପଢନ୍ତୁ କିଭଳି ହେଉଥିଲା ୨୪ ଛାତ୍ରୀଙ୍କ ସେକ୍ସ ଡିଲ !

ବିଶ୍ୱାସ ନହେଲେ ବି ସତ । ଦେହ ବ୍ୟବସାୟରେ ଲିପ୍ତ ଥିବା ୨୪ ରୁ ଉର୍ଦ୍ଧ୍ବ ଝିଅଙ୍କୁ ପୋଲିସ ଅଟକ ରଖିଛି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଇଟାଓ୍ବାରେ ଘଟିଛି । କ୍ରାଇମ ବ୍ରାଞ୍ଚ ଏବଂ ମହିଳା ପୋଲିସ୍ ମିଶି ଟିମ୍ ଗଠିତ କରି ଅଧା ଡଜନରୁ ଅଧିକ ସ୍ଥାନରେ ଘେରାଉ କରି ସେକ୍ସ ରାକେଟ ପର୍ଦ୍ଦାଫାଶ କରିଛନ୍ତି । ପୋଲିସ୍ ଘେରଉ କରିବା ବେଳେ ଦୁଇ ଡଜନରୁ ଅଧିକ ଯୁବକ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିଛନ୍ତି ।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍କୁଲରେ ପଢ଼ୁଥିବା ନାବାଳକ ଛାତ୍ର ଛାତ୍ରୀ ମଧ୍ୟ ଅଛନ୍ତି । ପୋଲିସ ଏବେ ସେକ୍ସ ରାକେଟର ସଞ୍ଚାଳକଙ୍କୁ ଖୋଜିବାରେ ଲାଗିଛି । ଏସପିଙ୍କ କହିବାନୁସାରେ ଜିଲ୍ଲାରେ ଅନେକ ସ୍ଥାନରୁ ସେକ୍ସ ରାକେଟର ସୂଚନା ମିଳୁଥିଲା । ଏହି ସୂଚନାକୁ ଗୁରୁତ୍ବ ଦେଇ ସିଓ ସିଟି କ୍ରାଇମବ୍ରାଞ୍ଚ ଏବଂ ମହିଳା ପୋଲିସ୍ ସମେତ ୮ଟି ଟିମ୍ ଗଠନ କଲେ । ସମସ୍ତ ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଡଜନରୁ ଅଧିକ ଯୁବକ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥା​ରେ ଉଦ୍ଧାର କଲେ । ଗିରଫ ହୋଇଥିବା ଯୁବତୀଙ୍କ ମଧ୍ୟରେ ୩ଜଣ ନାବାଳିକା ମଧ୍ୟ ମିଳିଛନ୍ତି ।

ଏହି ଲୋକମାନେ ଭଡ଼ାଘର ନେଇ ଦେହ ବ୍ୟବସାୟ ଚଲାଇଥିଲେ । ଗିରଫ ହୋଇଥିବା ଯୁବକ ଯୁବତୀଙ୍କ ପାଖରୁ ଅନେକ ଆପତ୍ତିଜନକ ଜିନିଷ ମିଳିଛି । ଏମାନଙ୍କ ମଧ୍ୟରୁ କେତେକ ଛାତ୍ରଛାତ୍ରୀ ଅଟନ୍ତି । ପୋଲିସ୍ ଏମାନଙ୍କ କାଉନସିଲିଂ କରି ବ୍ୟବସାୟରେ ଲିପ୍ତ ହେବାର କାରଣ ପଚାରିବ ଏବଂ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସହରରେ ଏପରି ଧରଣର ଅପରାଧକୁ ରୋକିବା ପାଇଁ ପୋଲିସର ଅପରେସନ କ୍ଲିନ୍ ଜାରି ରହିବ ।

Share this story

World Odia Language Conferene