ତିନି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମରିଯାଇଥିବା ସ୍ୱାମୀଙ୍କ ମୃତ୍ୟୁ ପରେ ମାତୃତ୍ୱ ଲାଭ କଲେ ବିଧବା ପତ୍ନୀ, ଜାଣନ୍ତୁ କେମିତି ହେଲା ସମ୍ଭବ…

ତିନି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମରିଯାଇଥିବା ସ୍ୱାମୀଙ୍କ ମୃତ୍ୟୁ ପରେ ମାତୃତ୍ୱ ଲାଭ କଲେ ବିଧବା ପତ୍ନୀ, ଜାଣନ୍ତୁ କେମିତି ହେଲା ସମ୍ଭବ…
ତିନି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମରିଯାଇଥିବା ସ୍ୱାମୀଙ୍କ ମୃତ୍ୟୁ ପରେ ମାତୃତ୍ୱ ଲାଭ କଲେ ବିଧବା ପତ୍ନୀ, ଜାଣନ୍ତୁ କେମିତି ହେଲା ସମ୍ଭବ…
ମୁମ୍ବାଇ: ପରିବାରରେ ସନ୍ତାନଟିଏ ଜନ୍ମ ନେଲେ ଖୁସିର ଲହରୀ ଖେଳିଯାଇଥାଏ । କିନ୍ତୁ ଜଣେ ବିଧବା ମା’ ଯଦି ସନ୍ତାନକୁ ଜନ୍ମ ଦିଆନ୍ତି ତାହାଲେ ଦୁନିଆରେ ଏହାଠାରୁ ଅଧିକ ଖୁସି କାହାକୁ ମିଳିନପାରେ । ଏମିତି ଏକ ଘଟଣା ମୁମ୍ବାଇରେ ଘଟିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟଚକିତ ହେବେ । ଜଣେ ମାର୍କେଟିଂ କଂସଲଣ୍ଟେଟଙ୍କର ସଡ଼କ ଦୁର୍ଘଟଣାରେ ତିନି ବର୍ଷ ତଳେ ଦେହାନ୍ତ ହୋଇଥିଲା । ହେଲେ ତିନି ବର୍ଷ ପରେ ବିଧବା ପତ୍ନୀ  ମାତୃତ୍ୱ ଲାଭ କରିଛନ୍ତି ।
ଜସଲୋକ ହସ୍ପିଟାଲରେ ମହିଳା ଜଣଙ୍କ ସନ୍ତାନର ଜନନୀ ହୋଇଛନ୍ତି, ଯାହା ସେମାନଙ୍କ ଭଲ ପାଇବା, ଅପେକ୍ଷା ଓ ବିଜ୍ଞାନର ପ୍ରୟୋଗ ଯୋଗୁ ଏହା ସମ୍ଭବ ହୋଇ ପାରିଥିବା ବିଶ୍ୱାସ କରାଯାଉଛି । ସନ୍ତାନ ପ୍ରପ୍ତି ପରେ ତାଙ୍କ ଜୀବନରେ ପୁଣି ଖୁସିର ଲହରୀ ଖେଳି ଯାଇଛି ଓ ପରିବାର ବର୍ଗ ଏହି ଖୁସିର ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ଖାଲି ଏତିକି ନୁହେଁ ସ୍ୱାମୀ ଚାଲିଯିବା ପରେ ଯେମିତି ତାଙ୍କର ପୁନର୍ଜନ୍ମ ହୋଇଥିବା ପତ୍ନୀ ଜଣାଇଛନ୍ତି ।
ଏହି ଚମକ୍ରାର ତେବେ ଆରମ୍ଭ ହେଲା ଯେବେ ଅଗଷ୍ଟ ୨୦୧୫ରେ ବେଙ୍ଗାଲୁରୁରେ କାମ କରୁଥିବା ୩୦ ବର୍ଷୀୟ ଦମ୍ପତ୍ତି ସୁପ୍ରିୟା ଜେନ ଓ ଗୌରବ ଦୁହେଁ ମିଶି ଜୀବନ ଯିଇବା ପାଇଁ ଶପଥ ନେଇଥିଲେ । ବିବାହର ୫ବର୍ଷ ପରେ ଯେବେ ଦମ୍ପତ୍ତିଙ୍କ ପିଲାପିଲି ହେଲା ନାହିଁ ତେବେ ଦୁଇ ଜଣ ଆଇଭିଏଫ୍ କୌଶଳର ସାହାରା ନେଇଥିଲେ । ହେଲେ ସେମାନଙ୍କ ଭାଗ୍ୟରେ ଦୁଃଖ ହିଁ ଦୁଃଖ ଲେଖାଥିଲା । କିଛି ଦିନ ପରେ ସ୍ୱାମୀ ଗୌରବଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା ।
ସ୍ୱାମୀ ଚାଲିଯିବା ପରେ ପତ୍ନୀ ପୁରାପୁରି ଭାଙ୍ଗିପଡିଥିଲେ । ଡର ଓ ନୀରବପୂର୍ଣ୍ଣ ଜୀବନ ବିତାଉଥିଲେ ସୁପ୍ରିୟା । ଗୌରବ ମୃତ୍ୟୁ ପୁର୍ବରୁ ପରିବାରକୁ କଥା ଦେଇଥିଲେ ଯେ ତାଙ୍କର ଆଗାମୀ ବଶଂଧର ଖୁବ ଶୀଘ୍ର ଆସିବାକୁ ଯାଉଛି । କିନ୍ତୁ ସ୍ୱପ୍ନ ଅଧୁରା ରହିଗଲା ଗୌରବଙ୍କ ମୃତ୍ୟୁ ପରେ । ତାଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ସୁପ୍ରୀୟା ଡାକ୍ତର ଫିରୁଜା ପାରେଖ୍ ଙ୍କ ସହାୟତାରେ ନିଜର ଆଗାମୀ ବଶଂଧରର ଯୋଜନା କରିଥିଲେ । ଚିକିତ୍ସା ଏତେ ସହଜ ଓ ସରଳ ନଥିଲା କିନ୍ତୁ ଅତ୍ୟାଧୁନିକ ଚିକିତ୍ସା ଫଳରେ ସାଇତା ଯାଇଥିବା ଶୁକ୍ରାଣୁକୁ ବ୍ୟବହାର କରି ଓ ସରୋଗେସୀ ମାତୃତ୍ୱର ସହାୟତା ନେଇ ସେ ଆଜି ମାତୃତ୍ୱ ଲାଭ କରିପାରିଛନ୍ତି ଓ ଗୌରବଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ।

Share this story

World Odia Language Conferene