ତିନି ଦିନ ଯାଏଁ ସାରା ରାଜ୍ୟରେ ପାଗ ରହିବ ମେଘୁଆ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର…

ତିନି ଦିନ ଯାଏଁ ସାରା ରାଜ୍ୟରେ ପାଗ ରହିବ ମେଘୁଆ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର…
ତିନି ଦିନ ଯାଏଁ ସାରା ରାଜ୍ୟରେ ପାଗ ରହିବ ମେଘୁଆ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର…

ଭୁବନେଶ୍ୱର: ରାଜ୍ୟରେ ଖରାତାତି ଅସମ୍ଭାଳ ସ୍ଥିତିରେ ଥିବା ବେଳେ ଆଜି ସାରା ରାଜ୍ୟରେ ପାଗ କୋହଲା ହୋଇଥିବାର ଦେଖିବାକୁ ମିଳୁଛି | ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ଦିନ ଯାଏଁ ପାଗ କୋହଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାର ପ୍ରଭାବରେ ଓଡିଶା ଉପକୂଳରେ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା, ବୌଦ୍ଧ, ବରଗଡ, ସୋନପୁର । ତେବେ ଆଉ ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ଆଜି ବିଭିନ୍ନ ଅଂଚଳରେ ପାଗ ମେଘୁଆ ରହିଛି ।

Share this story

World Odia Language Conferene