ତାମିଲନାଡୁରେ ଚାଞ୍ଚଲ୍ୟ: ସିକ୍କା ପାଇଁ ଗଲା ୭ ଜୀବନ

ତାମିଲନାଡୁରେ ଚାଞ୍ଚଲ୍ୟ: ସିକ୍କା ପାଇଁ ଗଲା ୭ ଜୀବନ
ତାମିଲନାଡୁରେ ଚାଞ୍ଚଲ୍ୟ: ସିକ୍କା ପାଇଁ ଗଲା ୭ ଜୀବନ

ତାମିଲନାଡୁ: ତ୍ରିଚି ଜିଲ୍ଲାର ଏକ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହେବାରୁ ୭ ଜଣଙ୍କ ଜୀବନ ଯାଇଛି । ତୁରାତୁର ସ୍ଥିତ ଏକ ମନ୍ଦିରରେ ଆଜି ଏକ ଧାର୍ମୀକ ଅନୁଷ୍ଠାନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆଖପାଖ ଗାଁର ବହୁ ଲୋକ ସାମିଲ ହୋଇଥିଲେ । ଆଉ ଏହି ସମୟରେ ଭିଡ଼ ଅଧିକ ହେବାରୁ ଦଳଚକଟାରେ ୭ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୁଥିୟମପଲୟମ ଗାଁରେ ଅବସ୍ଥିତ କରୁପାସ୍ୱାମୀ ମନ୍ଦିରରେ ‘ପଡ଼ିକସୁ’(ସିକ୍କା ବା ଖୁଚୁରା ଟଙ୍କା ବିତରଣ କାର୍ଯ୍ୟକ୍ରମ)ର ଆୟୋଜନ କରାଯାଇଥିଲା । ମନ୍ଦିରରୁ ଦାନରେ ମିଳୁଥିବା ଟଙ୍କା ନେବା ପାଇଁ ପ୍ରବଳ ଭିଡ଼ ଜମାହୋଇଥିଲା । ଖୁଚୁରା ଟଙ୍କା ବିତରଣ ଆରମ୍ଭ ହେଉ ହେଉ ହିଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଟଙ୍କା ସଂଗ୍ରହ ବେଳେ ହିଁ ସାତ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

Share this story

World Odia Language Conferene