ତାଜା ଖବର: ମୋଦି ସରକାରଙ୍କ ବଡ଼ ସଫଳତା, ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଭାରତ ହେଲା ବିଶ୍ୱରେ ୪ର୍ଥ ଶକ୍ତିଶାଳୀ ଦେଶ, ଜାଣନ୍ତୁ କ’ଣ…

ତାଜା ଖବର: ମୋଦି ସରକାରଙ୍କ ବଡ଼ ସଫଳତା, ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଭାରତ ହେଲା ବିଶ୍ୱରେ ୪ର୍ଥ ଶକ୍ତିଶାଳୀ ଦେଶ, ଜାଣନ୍ତୁ କ’ଣ…
ତାଜା ଖବର: ମୋଦି ସରକାରଙ୍କ ବଡ଼ ସଫଳତା, ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଭାରତ ହେଲା ବିଶ୍ୱରେ ୪ର୍ଥ ଶକ୍ତିଶାଳୀ ଦେଶ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଛାଡିଛନ୍ତି । ଯେଉଁଥିରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଗବେଷଣା କ୍ଷେତ୍ରରେ ଭାରତର ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଯାହା ସବୁ ଶ୍ରେୟ ସେ ଭାରତର ବୈଜ୍ଞାନିକ ମାନଙ୍କୁ ଦେଇଛନ୍ତି । ଭାରତ ମହାକାଶରେ ମହାଶକ୍ତି ଭାବେ ପୁଣି ସ୍ଥାନ ପାଇଛି । ଏହା ଭାରତ ଓ କୋଟି କୋଟି ଜନତାଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଭାରତ ଏଭଳି ଏକ ଆଶ୍ଚର୍ଯ୍ୟଜନକ କାମ କରିଛି ଯାହା ଦେଶକୁ ବିଶ୍ୱରେ ୪ର୍ଥ ଶକ୍ତିଶାଳୀ ଦେଶରେ ମାନ୍ୟତା ପ୍ରଦାନ କରିଛି ।

ଭାରତର ଡିଆରଡିଓରେ କାମ କରୁଥିବା ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତା ଏକ ଆଡଭାନ୍ସ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳ ପରୀକ୍ଷଣ କରିଛନ୍ତି । ଯାହା ଦେଶ ପାଇଁ ଇତିହାସ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍ ରେ ଘୁରି ବୁଲୁଥିବା ଏକ କୃତ୍ରିମ ଉପଗ୍ରହକୁ ଏ-ସ୍ୟାଟ ମିସାଇଲ ଜରିଆରେ ଧ୍ୱଂସ କରାଯାଇଛି । ଏହି ସଫଳ ପରିକ୍ଷଣ କରି ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନ ଅକ୍ତିଆର କରିପାରିଛି । ଏହା ପୁର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ରହିଛି ।

ଏହି ଗବେଶଣାକୁ ସେ ମିଶନ ଶକ୍ତି ନାମରେ ନାମିତ କରିଛନ୍ତି । ଭାରତ ମିଶନ ଶକ୍ତିକୁ ମାତ୍ର ୩ମିନିଟ୍ ରେ ପୁରା କରି ପାରିଛି । ଏହାର ଅର୍ଥ ହେଉଛି କି ୩ମିନିଟ୍ ରେ ଭାରତ ଏ-ସ୍ୟାଟ୍ ମିସାଇଲ୍ କ୍ଷେପଣ କରି ସାଟେଲାଇଟ୍ କୁ ଉଡାଇ ଦେଇଛନ୍ତି । ଏଥିସହ ଏହି ମିସାଇଲ୍ ଭାରତ ପାଇଁ ବିକାଶ କ୍ଷେତ୍ରରେ ଦେଶକୁ ଏକ ନୂଆ ଦିଗ ଦେବାରେ ସମର୍ଥ ହୋଇଛି ।

Share this story

World Odia Language Conferene