ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ

ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ
ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ

ପୁରୀ: ହୋଲି ଉତ୍ସବରେ ଆଜି ପୁରୀ ରେଳ ଷ୍ଟେସନରେ ଏକ ବଡ ଅଘଟଣ ଘଟିଛି । ଯାହା ପୁରା ରାଜ୍ୟରେ ଚହଳ ପକାଇଛି । ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଆଜି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ବେଳେ ଉକ୍ତ କୋଚ୍ ରେ କେହି ଯାତ୍ରୀ ଉପସ୍ଥିତ ନଥିଲେ । ତେଣୁ କାହାରି ଜୀବନ ଯାଇ ନଥିବା ସୂଚନା ମିଳିଛି । ନିଆଁ ଲାଗିବା କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ ।

ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ

ପୁରୀ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଛିଡ଼ା ରହିଥିବା ବେଳେ ସେଥିରେ ନିଆଁ ଲାଗିଥିଲା । ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିଲା । ପ୍ରଥମେ ଟ୍ରେନର ୩ ନମ୍ବର ସ୍ଲିପର କୋଚ୍ ରେ ନିଆଁ ଲାଗିଥିଲା । ପରେ ଏହା ୩ ଓ ୫ ସ୍ଲିପର କୋଚ୍ କୁ ବ୍ୟାପିଥିଲା ।

ଏସ-୪ କୋଚ୍ ରେ ଥିବା ସମସ୍ତ ଜିନିଷ ଜାଳି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଟ୍ରେନଟି ପୁରୀରେ ପହଂଚିବା ପରେ ସଫେଇ କାର୍ଯ୍ୟ ଚାଲିଥିଲା । ଠିକ ଏହି ସମୟରେ କୌଣସି କାରଣ ଯୋଗୁ ନିଆଁ ଲାଗିଥିଲା ।

ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ଜଣାପଡିଛି । ଅଗ୍ନିକାଣ୍ଡ ଲାଗିଥିବା ୩ଟି ବଗିକୁ ଟ୍ରେନରୁ ସମ୍ପୂର୍ଣ୍ଣ ଅଲଗା କରାଯାଇଛି ।

ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ

ଷ୍ଟେସନ ଉଚ୍ଚଅଧିକାରୀ କହିଛନ୍ତି ଯେ ଆଜି ରାତିରେ ତପସ୍ୱିନୀ ଏକ୍ସପ୍ରେସ ପୁରୀରୁ ବାହାରିବ । ତେବେ ଜଳଯାଇଥିବା ୩ଟି ବଗି ସ୍ଥାନରେ ନୂଆ ୩ଟି ବଗି ଲଗାଯିବ ବୋଲି ସେ କହିଛନ୍ତି ।

Share this story

World Odia Language Conferene