ଟିଟିଲାଗଡରେ ଅଭାବନୀୟ ଦୃଶ୍ୟ, ରେଳ ଧାରଣ କଡରେ ମିଳିଲା ନବଜାତ ଶିଶୁ ମୃତ ଦେହ, ଶିଶୁବଳୀର ସନ୍ଦେହ

ଟିଟିଲାଗଡରେ ଅଭାବନୀୟ ଦୃଶ୍ୟ, ରେଳ ଧାରଣ କଡରେ ମିଳିଲା ନବଜାତ ଶିଶୁ ମୃତ ଦେହ, ଶିଶୁବଳୀର ସନ୍ଦେହ
ଟିଟିଲାଗଡରେ ଅଭାବନୀୟ ଦୃଶ୍ୟ, ରେଳ ଧାରଣ କଡରେ ମିଳିଲା ନବଜାତ ଶିଶୁ ମୃତ ଦେହ, ଶିଶୁବଳୀର ସନ୍ଦେହ

ଟିଟିଲାଗଡ଼ ସହରର ବହିଦାର ସ୍ଥିତ ରେଳ ଧାରଣ ନିକଟରେ ଗତକାଲି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ରେଳ ଧାରଣା ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଏବେ ଭୟବିତ ଅବସ୍ଥାରେ ଥିବା ବେଳେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ସୂଚନା ମୁତାବକ, ମୃତ ଶିଶୁର ଦେହଟି ପ୍ରାୟ ୪/୫ଦିନ ତଳର ବୋଲି ଅନୁମାନ କରାଯାଉଛି । ମୃତ ଦେହର କିଛି ଦୂରରେ ପୂଜା ସାମଗ୍ରୀ, କଣ୍ଢେଇ ଓ ନଡିଆ ପଡିଥିବା ଦେଖିବାକୁ ମିଳିଛି । ମୃତ ଦେହରେ ଏକ କମ୍ବଳ ମଧ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟବିତ ହୋଇ ରହିଛନ୍ତି । ଏହା ଏକ ଶିଶୁବଳୀ ବୋଲି ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

Share this story

World Odia Language Conferene