ଟିକ୍-ଟକ୍ ରେ ବାୟା କଲେ ସୁନ୍ଦରୀ ପୋଲିଂ ଅଫିସର, ଭାଇରାଲ ହେଲା ଭିଡିଓ

ଟିକ୍-ଟକ୍ ରେ ବାୟା କଲେ ସୁନ୍ଦରୀ ପୋଲିଂ ଅଫିସର, ଭାଇରାଲ ହେଲା ଭିଡିଓ
ଟିକ୍-ଟକ୍ ରେ ବାୟା କଲେ ସୁନ୍ଦରୀ ପୋଲିଂ ଅଫିସର, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ଲୋକସଭା ନିର୍ବାଚନ ବେଳେ ଜଣେ ମହିଳା ପୋଲିଂ ଅଫିସର ତାଙ୍କ ସୁନ୍ଦରତା ଓ ଭେଷଭୁଷାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସେତେବେଳେ ମହିଳା ଅଫିସର ଜଣଙ୍କ ନିର୍ବାଚନ ଡ୍ୟୁଟିରେ ଏକ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧି ଯାଉଥିବା ବେଳେ ଗଣମାଧ୍ୟମ ଫଟୋରେ ଝଲକି ଥିଲେ । ଯାହା ପରେ ମୋବାଇଲ ଠୁ ମୋବାଇଲ ଭାଇରାଲ ହୋଇଥିଲା । ହେଲେ ଏବେ ଏହି ସୁନ୍ଦରୀ ମହିଳା ଅଧିକାରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଟୋକାଠାରୁ ବୁଢ଼ାଙ୍କୁ ବାୟା କରିଥିବା ଜଣାପଡିଛି ।

ମହିଳା ଅଧିକାରୀ ଜଣଙ୍କ ଆଉ କେହି ନୁହେଁ ବରଂ ରୀନା ଦ୍ୱିବେଦୀ । ରୀନା ଟିକ୍-ଟକ୍ ରେ ଏକ ହଳଦିଆ ଫଲ ଭରା ପୋଷାକ ପିନ୍ଧି ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଛି । ଭିଡିଓଟି କୁ ସେ ନିଜେ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ତାଙ୍କ ଠୁମକା ଫ୍ୟାନମାନଙ୍କୁ ବେଶ ପସନ୍ଦ ଆସିଛି । ରୀନାଙ୍କୁ ନିକଟ ଅତିତରେ ଭୋଜପୁରୀ ଫିଲ୍ମ ପାଇଁ ଅଫର ମିଳିଥିଲା । ହେଲେ ତାଙ୍କ ପୁଅ ପାଇଁ ସେ ଏହି ଅଫରକୁ ମନା କରି ଦେଇଥିଲେ ।

ସୂଚନାଯୋଗ୍ୟ, ୨୦୦୪ରେ ପୂର୍ତ୍ତ ବିଭାଗରେ କାମ କରୁଥିବା ସଞ୍ଜୟ ଦ୍ୱିବେଦୀଙ୍କ ସହ ରୀନାଙ୍କ ବିବାହ ହୋଇଥିଲା । କିନ୍ତୁ ୨୦୧୩ରେ ସଞ୍ଜୟଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ସ୍ୱାମୀଙ୍କ ଜାଗାରେ ରୀନାଙ୍କୁ ଚାକିରୀ ମିଳିଥିଲା ।

Share this story

World Odia Language Conferene