‘ଜୟ’ ହୋ ଅ‘ଲେଖ’ ନିରଞ୍ଜନ

‘ଜୟ’ ହୋ ଅ‘ଲେଖ’ ନିରଞ୍ଜନ
‘ଜୟ’ ହୋ ଅ‘ଲେଖ’ ନିରଞ୍ଜନ

ଭୁବନେଶ୍ୱର (ସ୍ୱତନ୍ତ୍ର ପ୍ରତିନିଧି): ସୋସିଆଲ ମିଡିଆରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦାନ ନେଇ ଯେତିକ ଚର୍ଚ୍ଚା ନାହିଁ ତାଠାରୁ ଅଧିକ ଚର୍ଚ୍ଚା ଏକଦା ଜୟ ପଣ୍ଡାଙ୍କ ଅତି ଅନ୍ତରଙ୍ଗ କୁହାଯାଉଥିବା ଓଡ଼ିଶା ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୋସିଆଲ ମିଡିଆରେ ଆଲେଖ୍ୟକୁ ନେଇ । ଆଉ ଏହା ପରେ ହିଁ ସୋସିଆଲ ମିଡିଆ ଏବଂ ରାଜଧାନୀ ଖଟିରେ ଗୋଟିଏ ଚର୍ଚ୍ଚା ‘ଜୟ’ ହୋ ଅ‘ଲେଖ’ ନିରଞ୍ଜନ ।

କହିବାର ତାପ୍ତର୍ଯ୍ୟ ଏହା ଯେ, ବୈଜୟନ୍ତ ପଣ୍ଡାଙ୍କ ସ୍ୱର୍ଗତ ପିତା ଡକ୍ଟର ବଂଶୀଧର ପଣ୍ଡାଙ୍କ ପରଲୋକରେ ନିରଞ୍ଜନ ପ୍ରଥମେ ବୈଜୟନ୍ତଙ୍କୁ ସମବେଦନା ଜଣାଇବାକୁ ଆସିଥିଲେ । ବୈଜୟନ୍ତଙ୍କ ଭଳି ଜଣେ ବନ୍ଧୁଙ୍କୁ ପାଇ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଥିଲେ ନିରଞ୍ଜନ । ସ୍ୱପ୍ନ କିନ୍ତୁ ସ୍ୱପ୍ନରେ ରହିଗଲା । ଶେଷରେ ଶିବରାତ୍ରୀ ଅବସରରେ ବିଜେପିରେ ସାମିଲ ହେଲେ ବି‘ଜେ’ପି , ମାନେ ବୈଜୟନ୍ତ ଜୟ ପଣ୍ଡା ।

‘ଜୟ’ ହୋ ଅ‘ଲେଖ’ ନିରଞ୍ଜନ

ଆଉ ଏହାକୁ ଅତି ସହଜରେ ଗ୍ରହଣ କରିପାରୁନାହାନ୍ତି ଏକଦା ବୈଜୟନ୍ତଙ୍କ ଶୁଭାକାକ୍ଷିଂ ନିରଞ୍ଜନ । ଏବେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରରେ ଲେଖିଛନ୍ତି ଯେ, କଳାଟଙ୍କା ଓ ଦୁର୍ନୀତିକୁ ଛୁପାଇବା ପାଇଁ ଜୟ ପଣ୍ଡା କୁଆଡ଼େ ପଦ୍ମ ପୋଖରୀକୁ ଡିଆଁ ମାରିଛନ୍ତି । ନାରାୟଣ …ନାରାୟଣ, ଆଉ ଏହାକୁ ନେଇ ଚର୍ଚ୍ଚା ଯେ, ‘ଜୟ’ ହୋ ଅ‘ଲେଖ’ ନିରଞ୍ଜନ ।

Share this story

World Odia Language Conferene